ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୧ଜଣ ବରିଷ୍ଠ ଅଧିକାରୀ ଏବଂ ପଞ୍ଜାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୫ଜଣ ବିଡିଓଙ୍କର ବଦଳି ହୋଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଗୃହନିର୍ମାଣ ନିର୍ଦ୍ଦେଶକ ଥିବା ଗଙ୍ଗାଧର ନାୟକଙ୍କୁ ଓଡ଼ିଶା ସହରାଞ୍ଚଳ ଗୃହନିର୍ମାଣ ବୋର୍ଡର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଗ୍ରାମୀଣ ଗୃହନିର୍ମାଣ ଏବଂ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛି। ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଭାନନ୍ଦ ମହାପାତ୍ରଙ୍କୁ ଗୃହନିର୍ମାଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓଏସ୍‌ଏସ୍‌ଏସ୍‌ସିର ଅତିରିକ୍ତ ସଚିବ ରଜନୀକାନ୍ତ ସ୍ବାଇଁଙ୍କୁ ଓଏସ୍‌ଏସ୍‌ଏସ୍‌ସିର ସଚିବ, ଯାଜପୁର ଜିଲ୍ଲାପରିଷଦର ପୂର୍ବତନ ସିଡିଓ ଅଶୋକ କୁମାର ବେଉରିଆଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ବିଷ୍ଣୁପ୍ରିୟା ସାହୁଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ, ଓଏସ୍‌ଡମାର ସିଜିଏମ୍ ଗାୟତ୍ରୀ ଦତ୍ତ ନାୟକଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ, ମାଲକାନଗିରିିର ପୂର୍ବତନ ଉପଜିଲ୍ଲାପାଳ ଦୁର୍ୟ୍ୟେଧନ ଭୋଇଙ୍କୁ କଳାହାଣ୍ଡିଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟରେ ଓଏସ୍‌ଡି ଥିବା ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଓକାକ୍‌ର ଓଏସ୍‌ଡି, ଓବିସି ସେଲ୍‌ର ଉପନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଜଳସମ୍ପଦ ବିଭାଗର ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ବଦଳି ହୋଇଛି।ଏହି ଅଧିକାରୀମାନଙ୍କୁ ଆସନ୍ତା ୭ଦିନ ମଧ୍ୟରେ କାର୍ୟ୍ୟରୁ ରିଲିଭ୍ କରିବାକୁ ସେମାନଙ୍କ ଉପ‌ରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ନୂଆ ପଦବିରେ ଯୋଗ ନ ଦିଅନ୍ତି, ତେବେ ସେପ୍ଟେମ୍ବର ୩ରେ ସେମାନଙ୍କୁ ସମୂହ ରିଲିଭ୍ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପୂର୍ବରୁ ଓଏଏସ୍‌, ଓଆର୍‌ଏସ୍‌ ଅଧିକାରୀମାନେ ବଦଳି ନିର୍ଦ୍ଦେଶ ପାଇବା‌ ପରେ ନୂତନ ଜାଗ‌ାରେ ଯୋଗ ଦେଉନଥିବାରୁ ବିଭିନ୍ନ ବିଭାଗ ପକ୍ଷରୁ ରିମାଇଣ୍ଡର ଚିଠି ଜାରି କରାଯାଉଥିଲା ଏବଂ ସମୂହ ରିଲିଭ୍ ଧମକ ଦିଆଯାଉଥିଲା। ଏଥର ପ୍ରଥମ କରି ବଦଳି ନିର୍ଦ୍ଦେଶ ସହ କେବେ ସମୂହ ରିଲିଭ୍ କରାଯିବ ତାହା ଦର୍ଶାଯାଇଛି।ସେହିପରି ରାଜସ୍ବ ପର୍ଷଦରେ ଅନୁସଚିବ ଥିବା ସାରଦାକାନ୍ତି ଦଳେଇଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଶାସନିକ ଅଧିକାରୀ, ଶିବଶଙ୍କର ମିଶ୍ରଙ୍କୁ କେନ୍ଦୁଝର ଆଇଟିଡିଏର ପିଏ ଭାବେ ବଦଳି ହୋଇଛି। ଏହାସହ ଗଙ୍ଗରାମା ବୁଡ଼େକଙ୍କୁ ତରଭା ବିଡିଓ, ଯୁଗଳ କିଶୋର ବିଶ୍ବାଳଙ୍କୁ ବୌଦ୍ଧ ବିଡିଓ, ଗୋପିନାଥ ଖାକାଙ୍କୁ କୁତ୍‌ରା ବିଡିଓ, ସୁମନ ସୁଧା କୁଣ୍ଡୁଙ୍କୁ ବୋଲଗଡ଼ ବିଡିଓ, ସୀତା ଅଗ୍ରୱାଲଙ୍କୁ ପଟ୍ଟାମୁଣ୍ଡାଇ ବିଡିଓ ଭାବେ ବଦଳି ହୋଇଛି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ