ଓଡ଼ିଶାରେ ନାହିଁ ବାତ୍ୟା ‘ମୁରାସୁ’ ପ୍ରଭାବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର : ଓଡ଼ିଶାରେ ନାହିଁ ବାତ୍ୟା ‘ମୁରାସୁ’ ପ୍ରଭାବ । କିଛି ଜାଗାରେ ଝିପିଝିପି ବର୍ଷା ହେଇଛି । ସେମିତି ଅଧିକ ପ୍ରଭାବ ଦେଖାଯାଉନି । କିନ୍ତୁ ଆଗୁଆ ପ୍ରସ୍ତୁତି ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କଣ୍ଟ୍ରୋଲ ରୁମ୍ ନଜର ରଖିଛି । ଗଞ୍ଜାମ ଏବଂ ଗଜପତିରେ ପୁନଃରୁଦ୍ଧାର କାମ ଚାଲିଛି । ଯେଉଁ ପ୍ୟାକେଜ୍ ଘୋଷଣା ହୋଇଥିଲା ବଣ୍ଟନ ଆରମ୍ଭ ହୋଇଛି । ଭୂସ୍ଖଳନ ସ୍ଥାନରେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା, ପୁଣି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଟିମ୍ ଆଜି ଗଜପତି କାଲି ଗଞ୍ଜାମ ବୁଲିବା ପରେ ବୈଠକ ରହିଛି । ବାତ୍ୟା ସ୍ଥିତି ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବାତ୍ୟା ‘ମୁରାସୁ’ ପ୍ରଭାବ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏସଆରସି ଏବଂ ଅଗ୍ନିଶମ ଡିଜିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ସେପଟେ ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ଓ ପ୍ରଭାବର ସମୀକ୍ଷା ପାଇଁ ଓଡ଼ିଶାରେ କେନ୍ଦ୍ରୀୟ କମିଟିର ୮ଜଣ ସଦସ୍ୟ । ଗଞ୍ଜାମ, ଗଜପତି ସମେତ ଅନ୍ୟ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ ଟିମ୍ । ଆଜି ଏହି ଟିମ୍ ଗଜପତି ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ । କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ସାମିଲ ରହିବେ । ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରଖି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର କେନ୍ଦ୍ରୀୟ ଟିମ୍ ର ନେତୃତ୍ୱ ନେଉଛନ୍ତି । ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବ । ଏଥିସହିତ ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବ ।

  • Related Posts

    ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଗିରଫ

    ସମ୍ବଲପୁର:ଭିଜିଲାନ୍ସ ସପ୍ତାହ ନ ସରୁଣୁ ଲାଞ୍ଚ ନେଉଥିବା ସମୟରେ ବନ୍ଧା ହୋଇଛନ୍ତି ସମ୍ବଲପୁର-ତାଳଚେର ରେଳ ଦୋହରୀକରଣର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ (ସ୍ପେସାଲ୍ ଏଲ୍ଏଓ) ଅଜୟ କୁମାର ଗଡ଼ନାୟକ (ଓଆର୍‌ଏସ୍) । ଜଣେ ବ୍ୟକ୍ତିଙ୍କ ଜମି ଅଧିଗ୍ରହଣ ଓ ନିର୍ମାଣାଧୀନ ଘରର ମୂଲ୍ୟ…

    Continue reading
    ବନ୍ୟା ଓ ବାତ୍ୟା ପ୍ରଭାବିତ ୩ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ:ମନ୍ତ୍ରୀ

    ଭୁବନେଶ୍ୱର: ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୪ ଜଣ ବରିଷ୍ଠ IAS ଅଧିକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି