ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ଟି ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ଓ ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ ଆଜି (ବୁଧବାର) ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ସଫଳ କରିବାକୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।
ବନ୍ଦ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି। ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୫ ଜଣ ଅଧିକାରୀ ମୁତୟନ ହୋଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବାଇକ, ଅଟୋ, ବସ୍, ଆମ ବସ୍ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆରପି, ଫାୟାର ଷ୍ଟେସନ, କିଟ୍ ଛକ, ଡମଣା, ପଟିଆ ଆଦି ଛକରେ ଗାଡି ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି। ତେବେ ସକାଳ ପ୍ରାୟ ୭ଟା ବେଳେ ବରମୁଣ୍ଡାରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ କରିଥିଲେ । କିଛି ସମୟ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା।
ଓଡ଼ିଶାର ସମସ୍ତ ନାଗରିକ, ବ୍ୟବସାୟୀ ଏବଂ ପରିବହନ ସଂଘକୁ ଏହି ଦିନିକିଆ ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ତେବେ ଏଥିରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି ।
ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (NYCS) ସମେତ ବିଭିନ୍ନ ଛାତ୍ର ସଂଗଠନ, ନାଗରିକ ସମାଜ ଗୋଷ୍ଠୀ ଏବଂ ବିଭିନ୍ନ ରାଜନୈତିକ ଦଳ ଲୋୟର ପିଏମଜିରେ ଅନଶନ ଓ ସତ୍ୟାଗ୍ରହ ଭଳି ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ପଦକ୍ଷେପ ଆରମ୍ଭ କରିଥିବା ବେଳେ ନାଗରିକ ଅଧିକାର ଗୋଷ୍ଠୀଗୁଡ଼ିକ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକ ବଣ୍ଟନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ ଶହ ଶହ କୋଟି ଟଙ୍କା ବ୍ୟୟରେ ମୁଦ୍ରିତ ହୋଇଥିବା ଅନେକ ପୁସ୍ତକରେ ୧,୬୦୦ରୁ ଅଧିକ ଗୁରୁତର ତଥ୍ୟଗତ ଏବଂ ମୁଦ୍ରଣଜନିତ ତ୍ରୁଟି ଦେଖିବାକୁ ମିଳିଛି।
ଏହି ତ୍ରୁଟିଗୁଡ଼ିକ ଶିକ୍ଷାବିତ୍, ବିରୋଧୀ ଦଳ ଏବଂ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିବା ସହ ଜନସାଧାରଣଙ୍କ ସମାଲୋଚନାର ଶିକାର ହୋଇଛି। ଉଲ୍ଲେଖନୀୟ ଭୁଲ ମଧ୍ୟରେ ସାର ଆଇଜାକ ନ୍ୟୁଟନଙ୍କୁ “ଶ୍ରେଷ୍ଠ ପାଇଲଟ୍” ଭାବରେ ବର୍ଣ୍ଣନା କରିବା, ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଅବସ୍ଥିତ ବୋଲି ଦର୍ଶାଇବା, କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଓଡ଼ିଶା ବିଧାନସଭା ଭାବରେ ଚିହ୍ନଟ କରିବା ଏବଂ ଓଡ଼ିଆ ବର୍ଣ୍ଣମାଳାର ସ୍ୱରବର୍ଣ୍ଣଗୁଡ଼ିକୁ କ୍ରମବିହୀନ ଭାବେ ମୁଦ୍ରଣ କରିବା ଆଦି ଅନ୍ତର୍ଭୁକ୍ତ।
ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ
ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…







