କଏଦୀଙ୍କୁ ବିବାହ କଲେ ଜେଲର

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍‌ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଜଣେ କାଉନସିଲରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଧର୍ମେନ୍ଦ୍ର ସିଂହ ନାମକ ବ୍ୟକ୍ତି ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ସତନା ଜେଲରେ ରଖାଯାଇଥିଲା। ସେହି ସମୟରେ ଫିରୋଜା ଖାତୁନ ନାମ୍ନୀ ମହିଳା ଉକ୍ତ ଜେଲ୍‌ରେ ସହକାରୀ ସୁପରିନଟେଣ୍ଡେଣ୍ଟ ଭାବେ ଅବସ୍ଥାପିତ ଥିଲେ। ଧର୍ମେନ୍ଦ୍ରଙ୍କୁ ୱାରେଣ୍ଟ ଇନ୍‌ଚାର୍ଜ ଦାୟିତ୍ବ ଦିଆଯାଇଥିଲା। ତେଣୁ ୱାରେଣ୍ଟ ସମ୍ପର୍କିତ କାର୍ଯ୍ୟରେ ଧର୍ମେନ୍ଦ୍ର ଜେଲ୍‌ ଅଧିକାରୀ ଫିରୋଜାଙ୍କୁ ସହାୟତା କରୁଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ପେସାଦାର ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ବନ୍ଧୁତା ଏବଂ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୧୪ ବର୍ଷ ଦଣ୍ଡାଦେଶ ଭୋଗିବା ପରେ ୨୦୨୧ରେ ଧର୍ମେନ୍ଦ୍ରଙ୍କୁ ଉତ୍ତମ ଆଚରଣ ଯୋଗୁଁ ଜେଲରୁ ଖଲାସ କରାଯାଇଥିଲା। ଧର୍ମେନ୍ଦ୍ର ମୁକୁଳିବା ପରେ ବିବାହ ପାଇଁ ସେମାନେ ରାଜି ହୋଇଥିଲେ। ତଦନୁଯାୟୀ ଚଳିତମାସ ୫ରେ ମଧ୍ୟପ୍ରଦେଶର ଛତରପୁର ଜିଲାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଧର୍ମେନ୍ଦ୍ର ହିନ୍ଦୁ ହୋଇଥିବାରୁ ଫିରୋଜାଙ୍କ ପରିବାର ବିବାହରେ ଅସମ୍ମତି ପ୍ରକାଶ କରିବା ସହ ଉତ୍ସବକୁ ବର୍ଜନ କରିଥିଲେ। ଫଳରେ ବିଶ୍ବ ହିନ୍ଦୁ ପରିଷଦର ଜିଲା ଉପସଭାପତି ରାଜବାହଦୂର ମିଶ୍ର ଓ ତାଙ୍କ ପତ୍ନୀ ବିବାହ କାର୍ଯ୍ୟ ପରିଚାଳନା କରିଥିବାବେ​‌େ​‌ଳ ରାଜବାହାଦୂର କନ୍ୟାଦାନ କରିଛନ୍ତି। ଉତ୍ସବରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

  • Related Posts

    ଭାରତ ଉପରେ ଦାଉ ସାଧୁଛନ୍ତି ଟ୍ରମ୍ପ : ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ବାଦ୍‌

    ୱାଶିଂଟନ : ଭାରତକୁ ବନ୍ଧୁ ରାଷ୍ଟ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତମ ବନ୍ଧୁ କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ନିଶାଣ କରୁଛନ୍ତି। ପାରସ୍ପରିକ ଶୁଳ୍କ ହେଉ କି ପ୍ରବାସୀ ମାମଲା ସବୁଥିରେ ଟ୍ରମ୍ପ ଭାରତ ଉପରେ ଦାଉ…

    Continue reading
    ଆମେରିକାରେ କାମ କରୁଥିବା ବିଦେଶୀ ଗୋତି ଶ୍ରମିକ: ଭାନ୍ସ

    ନୂଆଦିଲ୍ଲୀ : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସେ ଏଚ୍-୧ବି ଭିସାରେ ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଛନ୍ତି। ଗ୍ରୀନ୍ କାର୍ଡ ସମ୍ବନ୍ଧୀୟ ପରମାନେଣ୍ଟ ଲେବର ସାର୍ଟିଫିକେସନ ପ୍ରୋଗ୍ରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ