କକ୍ଷପଥରେ ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩

ନୂଆଦିଲ୍ଲୀ: ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ ଜିପିଏସ୍ ସିଷ୍ଟମ ମିଳିଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶୁକ୍ରବାର ରାତିରେ ପରବର୍ତ୍ତୀ ପିଢ଼ିର ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩ର ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ପ୍ରକ୍ଷେପଣ କେନ୍ଦ୍ରରୁ ରାତି ୧୧ଟା ୫୧ ମିନିଟ୍‌ରେ ଜିଏସ୍ଏଲ୍‌ଭି-ଏଫ ୧୮ ରକେଟ ସହାୟତାରେ ଏହି ଉପଗ୍ରହକୁ ମହାକାଶକୁ ପଠାଯାଇଥିଲା ।

ପ୍ରକ୍ଷେପଣର ୧୮ ମିନିଟ୍‌ରେ ଜିଏସ୍ଏଲ୍‌ଭି ରକେଟ ୨,୨୩୨ କି.ଗ୍ରା ଓଜନ ବିଶିଷ୍ଟ ଏନ୍‌ଭିଏସ୍ -୦୩ ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ସବୁଠୁ କମ୍ ୧୭୦ କି.ମି ଓ ସର୍ବାଧିକ ୩୭,୦୨୩ କି.ମି ଉପରେ ଥିବା ଜିଓସିଙ୍କ୍ରୋନସ ଟ୍ରାନ୍ସଫର ଅର୍ବିଟ (ଜିଟିଓ)ରେ ସ୍ଥାପନ କରିଛି । ନାଭ୍ଆଇସି ମିଶନ ଅଧୀନରେ ଏହି ଉପଗ୍ରହ ମହାକାଶକୁ ପଠାଯାଇଛି । ନାଭ୍ଆଇସିର ପୁରା ନାମ ହେଉଛି ନାଭିଗେସନ ୱିଥ୍ ଇଣ୍ଡିଆନ କନଷ୍ଟେଲେସନ । ଏହା ଭାରତର ନିଜସ୍ୱ କ୍ଷେତ୍ରୀୟ ସାଟେଲାଇଟ୍ ନାଭିଗେସନ ସିଷ୍ଟମ । ଇସ୍ରୋ ଏହାର ବିକଶିତ କରିଛି । ଏନ୍‌ଭିଏସ୍-୦୩ ହେଉଛି ପରବର୍ତ୍ତୀ ପିଢ଼ି ନାଭିଗେସନ ସାଟେଲାଇଟ ପର୍ଯ୍ୟାୟର ତୃତୀୟ ଉପଗ୍ରହ । ଏଥିରେ ସ୍ୱଦେଶୀ ଆଣବିକ କ୍ଲକ୍ ସହିତ ବାହାର ଆଣବିକ କ୍ଲକ ଲାଗିଛି ।
ଏଥିରେ ରହିଥିବା ଏଲ୍୫/ ଏସ୍ ସିଗ୍ନାଲ ବ୍ୟତୀତ ଏଲ୍-୧ ସିଗ୍ନାଲ ମଧ୍ୟ ରହିଛି । ଏହି ଉପଗ୍ରହ ସମଗ୍ର ଭାରତ ଓ ଭାରତୀୟ ଭୌଗୋଳିକ ସୀମାର ଚାରିପାଶ୍ୱର୍ରେ ୧୫୦୦ କି.ମି ପରିବ୍ୟାପ୍ତ ଅଞ୍ଚଳ ପର୍ଯ୍ୟନ୍ତ ନଜର ରଖିପାରିବ । ୧୯୯୯ କାର୍ଗିଲ ଯୁଦ୍ଧ ପରେ ନାଭ୍ଆଇସି ଉପଗ୍ରହ ନିର୍ମାଣ କରିବାର ଆବଶ୍ୟକତା ପଡିଥିଲା । କାରଣ ସେତେବେଳେ ଭାରତ ଆମେରିକା ଜିପିଏସ୍ ଠାରୁ ସୈନ୍ୟକ୍ଷେତ୍ରର ଅବସ୍ଥିତି ସମ୍ପର୍କରେ ସୂଚନା ମାଗିଥିଲା । କିନ୍ତୁ ଆମେରିକା ଦେବାକୁ ମନା କରିଦେଇଥିଲା । ଏହା ପରେ ଭାରତ ନିଜସ୍ୱ ଜିପିଏସ୍ ପ୍ରସ୍ତୁତ କରିଥିଲା । ଏହି ଉପଗ୍ରହ ଫଳରେ ସେନାକୁ ଉନ୍ନତ ତଥା ସଠିକ୍ ନାଭିଗେସନ ମିଳିପାରିବ । ନାଭ୍ଆଇସି ଜିପିଏସ୍‌ରେ ସ୍ଥାନ ନେବନାହିଁ । କାରଣ ଜିପିଏସ୍ ସମଗ୍ର ବିଶ୍ୱରେ କାମ କରିଥାଏ । କିନ୍ତୁ ନାଭ୍ଆଇସି ଭାରତ ସମେତ ଏହାର ଆଖପାଖ ଅଞ୍ଚଳରେ କାମ କରିବ । ନାଭ୍ଆଇସିର ଉଦ୍ଦେଶ୍ୟ ଜିପିଏସ୍‌କୁ ହଟାଇବା ନୁହେଁ, ବରଂ ବିଦେଶୀ ପ୍ରଣାଳୀ ଉପରେ ଭାରତର ନିର୍ଭରତା ହ୍ରାସ କରିବା ଲାଗି ଏହି ଉପଗ୍ରହକୁ ମହାକାଶ ପଠାଯାଇଛି ।
ନାଭ୍ଆଇସି ଉପଗ୍ରହ ମାଧ୍ୟମରେ ମୋବାଇଲ୍ ଓ ନାଭିଗେସନ ଉପକରଣ ସଠିକ ଲୋକେସନ ସୁବିଧା ମିଳିପାରିବ । ସେହିଭଳି ଟ୍ୟାକ୍ସି, ବସ୍ ଓ ଟ୍ରକ କେଉଁ ଅଞ୍ଚଳରେ ଯାଉଛି ତାକୁ ଭଲ ଭାବେ ଟ୍ରାକିଂ କରାଯାଇପାରିବ । ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ଉପଯୁକ୍ତ ବାଟ ଦେଖାଇବା ସହ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଲୋକେସନକୁ ଟ୍ରାକ୍ କରାଯାଇ ପାରିବ । ଚାଷୀମାନଙ୍କୁ ପାଣିପାଗ ସଂକ୍ରାନ୍ତ ସଦ୍ୟତମ ସୂଚନା ମିଳିପାରିବ । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହଜ ହେବ । ବିମାନ ଓ ଜାହାଜର ନାଭିଗେସନରେ ସହାୟକ ହେବ । ଏଥିସହ ଦୂରସଂଚାର, ବ୍ୟାକିଂ ଓ ବିଦ୍ୟୁତ ଗ୍ରୀଡ୍ ଭଳି ସେବାର ସଠିକ୍ ସମୟର ସୂଚନା ମିଳିପାରିବ ।

  • Related Posts

    ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ ଓ ୨ ଗୁରୁତର

    ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଉତ୍ତର-ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍ 1ରେ ଥିବା ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟି 4 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ 2 ଜଣ ହସ୍ପିଟାଲରେ ଜୀବନ…

    Continue reading
    ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

    ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 151 ତମ ଜନ୍ମ ଦିବସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଆଜି ସକାଳେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି