କଚାଡି ଦେଲା ଦନ୍ତା, ଜଣେ ମୃତ

କେନ୍ଦୁଝର : ଶୁଣ୍ଢରେ କଚାଡି ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ,ଉପର ରଢ଼ୁଆଁ ଗାଁ ରେ । ମୃତକ ଉପର ରଢ଼ୁଆଁ ଗାଁ ର ନରୋତ୍ତମ ଜୁଆଙ୍ଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ନରୋତ୍ତମ ଗତ କାଲି ସନ୍ଧ୍ୟା ରେ ଗାଁ ପାଖ ସାରୁକୁଦର ବସ୍ତି ରେ ଥିବା ଏକ ଦୋକାନ କୁ ସଉଦା କିଣି ବାକୁ ଯାଇଥିଲେ ।

ସଉଦା କିଣି ସାରି ରାସ୍ତା ରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ଗତ କିଛି ଧରି ଆତଙ୍କ ଖେଳାଉଥିବା ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଟି ତାଙ୍କୁ ଶୁଣ୍ଢ ରେ କଚାଡି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ,ଗାଁ ଲୋକେ ଘଟଣା ସ୍ଥଳରେ ପହଂଚି ହାତୀ ଙ୍କୁ ଘୋଡାଇବା ସହିତ ନରୋତ୍ତମ ଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ ରେ ଭର୍ତି କରିଥିଲେ । ତେବେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବାଂଶପାଳର ବିଜେପି ରେଞ୍ଜରେ ୧୨ ଟିକିଆ ହାତୀ ପଲ ଘୁରିବୁଲୁଛନ୍ତି । ସପ୍ତାହକ ଭିତରେ ହାତୀ ପଲ ୨ ଜଣଙ୍କ ଜୀବନ ନେଇଥିବାରୁ ଲୋକେ ଆତଙ୍କିତ ଅଛନ୍ତି । ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ହାତୀଙ୍କୁ ଘୋଉଡ଼ାଇବାକୁ ଦାବି ହେଉଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ