କଟକରେ “ଛାତ୍ରୋଂ କି ଗୁଞ୍ଜ” : ଅଧିକାର ସଂଗ୍ରାମ ପାଇଁ ପ୍ରସ୍ତୁତ ହୁଅନ୍ତୁ

ଭୁବନେଶ୍ୱର; କଟକ ଶହୀଦ ଭବନଠାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରଙ୍କ ପାଇଁ ଅଭିଯାନ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସହ ପ୍ରଭାରୀ ମୟୁର ଜୟକୁମାର ଉଦବୋଧନ ଦେଇଥିଲେ l କଂଗ୍ରେସ ନେତୃତ୍ୱ ଛାତ୍ର ମାନଙ୍କୁ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପରାମର୍ଶ ଦେବା ସହ ସେମାନଙ୍କ ପ୍ରତ୍ୟେକ ଅଧିକାର ପାଇଁ ଅହିଂସାତ୍ମକ ଢଙ୍ଗରେ ପ୍ରବଳ ଦାବୀ କରିବାକୁ କହିଥିଲେ l ବିଜେପି ସରକାର ଦେଶର ନିରୀହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହିତ କ୍ରୁର ଖେଳ ଖେଳୁଛି ଏବଂ ଛାତ୍ର ସମାଜ ଯଦି ପାଟି ଖୋଲିବନି ତେବେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ଚେତାଇ ଦେଇଥିଲେ l ତେବେ ଛାତ୍ରଙ୍କ ସମସ୍ତ ସମସ୍ୟା ଶୁଣି ତାର ସମାଧାନ ପାଇଁ ରାହୁଳ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିଛନ୍ତି ତେଣୁ କଂଗ୍ରେସ ଛାତ୍ରଙ୍କ ପ୍ରତ୍ୟେକ ସମସ୍ୟା ପାଇଁ ଲଢେଇ କରିବ ବୋଲି ଦୃଢତାର ସହ କହିଥିଲେ l

ଏହି କାର୍ଯ୍ୟକ୍ରମରେ ଛାତ୍ରୋଂ କି ଗୁଞ୍ଜର ଅଭିଯାନର ସଂଯୋଜକ କୋକୋ ପାଢ଼ୀ ଓପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, କଟକ ସିଟି କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର, ଛାତ୍ରନେତା ବିଭୁତି ଭୂଷଣ ମହାପାତ୍ର, ହରିଶଙ୍କର ମାଢି ଉପସ୍ଥିତ ରହି ଛାତ୍ରଙ୍କ ମନୋବଳ ଦୃଢ କରିବା ସକାଶେ ପରାମର୍ଶ ଦେଇଥିଲେ l କଂଗ୍ରେସ ଦଳର ଅନେକ କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ