ଲଗାତାର ଭାବେ ୩ ବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନରେ ବିଜେପି ସରକାର ବିଫଳ: ବିଜେଡି

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ଦିନରେ ଯେପରି ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ, ଶତାଧିକ ଆହତ ହେବା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଟାହିଆ ନଥିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଚଳିତ ବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଥିବା ଦୃଢୋକ୍ତି ପାଣିର ଗାର ସଦୃଶ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନା ଓ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷକୁ ମିଶାଇ କରାଯାଇଥିବା ତିନୋଟି ଯାକ ରଥଯାତ୍ରାରେ ବିଭ୍ରାଟ ଦେଖିବାକୁ ମିଳିଛି, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିବା ସହିତ ବିଜେପି ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜେଡି କହିଛି ।
ଆଜି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଥିଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନା ଓ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଗତ ତିନି ରଥଯାତ୍ରା ସମୟରେ ସରକାର ନିଜର ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି । କେବଳ ବାହାସ୍ଫୋଟ ମାରିବା ଓ ଅଘଟଣ ଘଟିବା ପରେ ବିଭିନ୍ନ ବାହାନା ବାଜି ଦେଖାଇ ନିଜ ଦୋଷକୁ ଲୁଚାଇବାକୁ ଚେଷ୍ଟା କରିବା ବିଜେପି ସରକାରଙ୍କ ପ୍ରମୁଖ କାର୍ଯ୍ୟ ହୋଇଛି ।
ଡ଼ ମହାନ୍ତି କହିଥିଲେ ଯେ, ବିଜେପି ସରକାର କ୍ଷମତାସୀନ ହେବା ପରେ, ପ୍ରଥମ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପକୁ ବିଜେ ସମୟରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ପଡିଯିବା ଭଳି ଏକ ବିରଳ ଅଘଟଣ ଘଟିଥିଲା । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ସରକାର ଏକ ତଦନ୍ତ ଘୋଷଣା କରିଦେଇଥିଲେ, ଯାହାର ରିପୋର୍ଟ ଆଜିପର୍ଯ୍ୟନ୍ତ ସାର୍ବଜନୀନ ହେଲା ନାହିଁ । ସେହିପରି ଦ୍ୱିତୀୟ ବର୍ଷ ରଥଯାତ୍ରା ସମୟରେ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ସୃଷ୍ଟି ହୋଇ ୩ ଜଣ ଭକ୍ତଙ୍କ ମୃତୁ୍ୟ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ ହେବା ସହିତ ଶତାଧିକ ଆହତ ହୋଇଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ହାଲୁକା ଭାବେ ନେଇ ଏହା ଦଳାଚକଟା ନୁହେଁ ବରଂ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟ ଘଟିଛି ବୋଲି କହୁଛନ୍ତି । ଅପରପକ୍ଷରେ ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ନଥିବାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମୟରେ ସେମାନଙ୍କ ମୁଣ୍ଡରେ ଟାହିଆ ଥିବାବେଳେ ଭକ୍ତଙ୍କ ପ୍ରିୟ ଠାକୁର ଶ୍ରୀଜଗନ୍ନାଥଙ୍କ ମୁଣ୍ଡରେ ଟାହିଆ ନଥିବା ଦୃଶ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଘଟଣାକୁ ଗୌଣ କରିବାକୁ ଚେଷ୍ଟା କରୁଛନ୍ତି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଲଗାତାର ଭାବେ ୩ ବର୍ଷ ହେଲା ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କିନ୍ତୁ ଏହି ବିଫଳତାକୁ ବିନମ୍ରତାର ସହିତ ସ୍ୱୀକାର କରି, ଆଗାମୀ ଦିନରେ କିପରି ତ୍ରୁଟିଶୂନ୍ୟ ଭାବେ ଆୟୋଜନ ହୋଇପାରିବ, ସେହି ପଦକ୍ଷେପ ନେବା ପରିବର୍ତ୍ତେ ସରକାର କେବଳ ନିଜ ଦୋଷକୁ ଘୋଡାଇବା ପାଇଁ ଅପଚେଷ୍ଟା କରୁଛନ୍ତି । ଏହାଛଡା ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ମଧ୍ୟ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରି ନାହିଁ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ