ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କପା ଉତ୍ପାଦନ ମିଶନ ଘୋଣା କରିଛନ୍ତି । ୫୬୫୯.୨୨ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ମିଶନ ୨୦୨୬-୨୭ ରୁ ୨୦୩୦-୩୧ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହା ଭାରତର କପା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ, ନିମ୍ନଗାମୀ ଅଭିବୃଦ୍ଧି ଏବଂ ଗୁଣାତ୍ମକ ମାନକୁ ନେଇ ରହିଥିବା ସମସ୍ୟା ଦୂରଣ କରିବ । ଏହି ମିଶନକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏଥିରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ୧୦ଟି ପ୍ରତିଷ୍ଠାନ, ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)ର ଗୋଟିଏ ପ୍ରତିଷ୍ଠାନ ଏବଂ ପ୍ରମୁଖ କପା ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ବିଭିନ୍ନ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ (ଏସଏୟୁ)ରେ କାର୍ଯ୍ୟ କରୁଥିବା ୧୦ଟି ଅଖିଳ ଭାରତୀୟ ସମନ୍ୱିତ ଗବେଷଣା ପ୍ରକଳ୍ପ (ଏଆଇସିଆରପି) କେନ୍ଦ୍ର ସାମିଲ ହେବ। ପ୍ରାରମ୍ଭରେ, କୃଷି ବିଭାଗ ଏବଂ ଆଇସିଏଆର ମାଧ୍ୟମରେ ୧୪ଟି ରାଜ୍ୟର ୧୪୦ଟି ଜିଲ୍ଲାରେ ପ୍ରଯୁକ୍ତିବିଦ୍ୟା ପ୍ରସାର ଏବଂ ୨,୦୦୦ ଜିନିଂ/ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ଉପରେ ଧ୍ୟାନ ଦିଆଯିବ। ଏହି ମିଶନର ଲକ୍ଷ୍ୟ ହେଉଛି କପା ଉତ୍ପାଦନକୁ ହେକ୍ଟର ପିଛା ୪୪୦ କିଲୋଗ୍ରାମରୁ ହେକ୍ଟର ପିଛା ୭୫୫ କିଲୋଗ୍ରାମକୁ ବୃଦ୍ଧି କରିବା, ୨୦୩୧ ସୁଦ୍ଧା ୪୯.୮ ନିୟୁତ ଲିଣ୍ଟ (ପ୍ରତ୍ୟେକ ଲିଣ୍ଟରେ ୧୭୦ କିଲୋଗ୍ରାମ କପା ଥାଏ) ଉତ୍ପାଦନ କରିବା। ଏହା ପ୍ରାୟ ୩.୨ ନିୟୁତ ଚାଷୀଙ୍କୁ ଲାଭ ଦେବ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସକ୍ଷମ କରିବ।
ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…








