କଳିଙ୍ଗା ଘାଟି ବନ୍ଦ, ସତର୍କତା ପାଇଁ ସମାଜସେବୀଙ୍କ ପରାମର୍ଶ

ରାଇକିଆ: ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମକୁ ସଂଯୋଗ କରୁଥିବା ବିଭିନ୍ନ ଘାଟି ରାସ୍ତା ପ୍ରଭାବିତ ହୋଇଛି। କଳିଙ୍ଗା, କରଡ଼ା ଓ ଗାଜଲବାଡ଼ି ଘାଟି ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାବେଳେ ବର୍ଷା ଯୋଗୁଁ ଏହି ରାସ୍ତାଗୁଡ଼ିକରେ ଯାତାୟାତ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷାରେ କଳିଙ୍ଗା ଘାଟିର ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ବନ୍ଦ ରହିଛି। ରାସ୍ତାରୁ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ କିଛି ଦିନ ସମୟ ଲାଗିପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏପଟେ ଗାଜଲବାଡ଼ି ଘାଟିର କେତେକ ସ୍ଥାନରେ ରାସ୍ତା ଦବିଯାଇଥିବା ମଧ୍ୟ ଜଣାପଡ଼ିଛି।
କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ଥିବାରୁ ଏବେ କରଡ଼ା ଘାଟି ରାସ୍ତା ଉପରେ ଯାନବାହନ ଚଳାଚଳ ବଢ଼ିଛି। ଫଳରେ କରଡ଼ା ଘାଟିରେ ଯାନବାହନ ଭିଡ଼ ଦେଖିବାକୁ ମିଳୁଛି। ବର୍ଷା ଜାରି ରହିଥିବାରୁ ଘାଟି ରାସ୍ତାରେ ଭୂସ୍ଖଳନ ଓ ପଥର ଖସିବା ଆଶଙ୍କା ରହିଥିବାରୁ ଯାତ୍ରୀ ଓ ଜନସାଧାରଣ ସତର୍କତାର ସହ ଯାତାୟାତ କରିବା ଆବଶ୍ୟକ ବୋଲି କୁହାଯାଇଛି।ଏହି ପରିପ୍ରେକ୍ଷୀରେ ସୋସିଆଲ ୱାର୍କର ଆସୋସିଏସନ ଅଫ୍ କନ୍ଧମାଳ (ସ୍ୱାକ୍) ସଦସ୍ୟ ତଥା ସମାଜସେବୀ ସନ୍ତୋଷ ଦିଗାଳ ଯାତ୍ରୀ ଓ ଜନସାଧାରଣଙ୍କୁ ଘାଟି ରାସ୍ତାରେ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ