କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ୨୦୨୮ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା

ଭୁବନେଶ୍ବର,୧୯।୦୩।୨୦୨୬: କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ହେବାର ମାତ୍ର ୫ ଦିନ ପୂର୍ବରୁ ଓଡ଼ିଶା କ୍ରୀଡ଼ାକୁ ଆଉ ଏକ ବଡ଼ ଖୁସି ଖବର ମିଳିଛି। ୨୦୨୮ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ଭାରତକୁ ମିଳିଛି। ଏହି ସମ୍ମାନଜନକ ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଘୋଷଣା କରିଛି। ଏହି ପ୍ରତିଯୋଗିତା ଲାଗି ଭୁବନେଶ୍ବରକୁ ଆୟୋଜକ ସହର ଭାବେ ଦର୍ଶାଇ ଏଏଫ୍‌ଆଇ ଗତବର୍ଷ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଥିଲା। ପୋଲାଣ୍ଡର ତୋରୁନଠାରେ ଆୟୋଜିତ ବିଶ୍ବ ଆଥଲେଟିକ୍ସ ପରିଷଦ ବୈଠକରେ ଗୁରୁବାର ଏଥିରେ ସର୍ବସମ୍ମତିକ୍ରମେ ମୋହର ବାଜିଛି। କଳିଙ୍ଗ ଷ୍ଟାଡିୟମ୍‌ ଇନ୍‌ଡୋର ଷ୍ଟାଡିୟମ୍‌ର ଭିତ୍ତିଭୂମି ବିଶ୍ବସ୍ତରୀୟ। ସେଠାରେ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରି ଆମେ ଖୁସି ହେବୁ ବୋଲି ବିଶ୍ବ ଆଥଲେଟିକ୍ସ ସଭାପତି ସେବାସ୍ତଆନ କୋ କହିଛନ୍ତି। ସେହିଭଳି ୨୦୨୩୦ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ କାଜାଖସ୍ଥାନର ଆସ୍ତନାଠାରେ ହେବ ବୋଲି ଘୋଷଣା କରିଛନ୍ତି।
ଗତ ଜାନୁଆରିରେ ବିଶ୍ବ ଆଥଲେଟିକ୍ସର ଏକ ଦୁଇ ଜଣିଆ ପ୍ରତିନିଧି ମଣ୍ଡଳ କଳିଙ୍ଗ ଷ୍ଟାଡିୟମ୍‌ ଇନ୍‌ଡୋର ଷ୍ଟାଡିୟମ୍‌ ପରିଦର୍ଶନ କରି ଏଠାକାର ଭିତ୍ତିଭୂମିର ସୀମକ୍ଷା କରିଥିଲା। ସେହି ରିପୋର୍ଟ ଆଧାରରେ ଭୁବନେଶ୍ବରକୁ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ମିଳିଥିବା ଏଏଫ୍‌ଆଇ ପକ୍ଷରୁ କୁହାଯାଇଛି। ବିଶ୍ବ ଆଥଲେଟିକ୍ସର ଉପସଭାପତି ଆଦି ସୁମେରିୱାଲା କହିଛନ୍ତି ଯେ ଭୁବନେଶ୍ବରକୁ ୨୦୨୮ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ଆୟୋଜନ ଅଧିକାର ମିଳିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ଜାତୀୟ ଇନ୍‌ଡୋର ଆଥଲେଟିକ୍ସ ଚଳିତ ମାର୍ଚ୍ଚ ମାସ ୨୪ ଓ ୨୫ ଦୁଇ ଦିନ ଧରି ଖେଳାଯିବ। ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୧୭ ମସିହାରେ ଏସିଆନ୍‌ ଆଥଲେଟିକ୍ସ ଏବଂ ଗତବର୍ଷ ସଫଳତାର ସହ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍‌ (କାଂସ୍ୟ) ଆୟୋଜିତ କରିଥିଲା।

Related Posts

ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

Continue reading
ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ