ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। କାର ହେଡ୍ ଲାଇଟ୍ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ଏପରି ଅଭିଯୋଗ ସମ୍ୱଲପୁରରୁ ଆସିଛି। ଅବକାରୀ କାର୍ ସମେତ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି।
ସମ୍ବଲପୁର ଜିଲ୍ଲା ଅବକାରୀ ମୋବାଇଲ ଟିମ୍ ଓ ରେଢାଖୋଲ ଅବକାରୀ ବିଭାଗ ମିଳିତ ଭାବେ କଦଳୀଗଡ ପଞ୍ଚାୟତ ବଶିପାଲି ଓ ପଣ୍ଡକିମାଲ ଛକରେ ଗାଡ଼ି ଯାଞ୍ଚ କରୁଥିଲା। ସେହି ସମୟରେ ପର୍ଯ୍ୟାୟ କ୍ରମେ ୩ଟି କାର୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପ୍ରଥମେ କାର୍ରୁ କିଛି ମିଳିନଥିଲା। ପରବର୍ତ୍ତୀ ସମୟରେ କାର୍କୁ ତନ୍ନତନ୍ନ କରି ଆଉଥରେ ଯାଞ୍ଚ କରାଯାଇଥିଲା। ସେତେବେଳେ କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
ଠିକ୍ କାର୍ ଡିକିରୁ ମଧ୍ୟ ଗଞ୍ଜେଇ ଜବତ କରାଯାଇଥିଲା। ୩ଟି କାରରୁ ପ୍ରାୟ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୩ଟି କାର ଓ ଜଣେ ଡ୍ରାଇଭରଙ୍କଠାରୁ ୪୦ ହଜାର ୭୦୦ ଟଙ୍କା ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ଚାଲଣ ଅଭିଯୋଗରେ ଅବକାରୀ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ବୌଦ୍ଧ ଜିଲ୍ଲାର ଡୋଳାମଣି ବେହେରା, ଶତ୍ରୁଘ୍ନ ମଣ୍ଡାଲି, ଦୟାନିଧି ଖଣ୍ଡଗିରି ଓ ଅନ୍ୟ ଜଣେ ପଶ୍ଚିମବଙ୍ଗର ଆଜାଦ୍ ଅଲ୍ଲୀ ମଲ୍ଲିକ ଅଛନ୍ତି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







