ପୁଣି ଅଟକିଲା ଆଳୁ ଟ୍ରକ

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଛି ଶହଶହ ଆଳୁ ବୋଝେଇ ଟ୍ରକ୍। ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୁଲିସ। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି।ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ମେଦିନୀପୁର ଜିଲ୍ଲା ପୁଲିସ ନାକାରେ ଆଳୁ ଗାଡ଼ି ଅଟକ ରଖା ଯାଇଛି ଏବଂ ପ୍ରଶାସନ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନି ବନ୍ଦ କରିଦେଇଥିବା ଜଣାଯାଇଛି। ବେଲଦା, ଦାତନ, ସୋନାକୋଣିଆ ନାକାରେ ବି ଆଳୁ ଟ୍ରକ୍ ଅଟକାଯାଇଥିବା ସୂଚନା ରହିଛି।

  • Related Posts

    ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ

    ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ସମ୍ପତ୍ତି ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେବେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଶୁକ୍ରବାର ଇ-ମେଲ୍‌ ଯୋଗେ ପଠାଇଛନ୍ତି। ଏଥିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବ୍ଲକ ଅଫିସ୍‌ ଯାଇଥିବା ସମୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ