କାଳବୈଶାଖୀ କ୍ଷୟକ୍ଷତି: ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦେବଗଡ଼:କାଳବୈଶାଖୀ ପ୍ରଭାବରେ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ପରିବା, ଲିଚୁ ଓ ଆମ୍ବ ଚାଷ କ୍ଷତିଗ୍ରସ୍ତ ହୋଇଛି।ତେବେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି।ଏନେଇ ଆଜି ସଂଘ ସଭାପତି ପ୍ରମୋଦ ଝାଙ୍କର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ,କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ରିଆମାଳ ବ୍ଲକର ତାରଙ୍ଗ,ବୁଡିଦୋ,ରିଆମାଳ,ନାଉଲିପଡା,ଲୁଲଙ୍ଗ,ବାରକୋଟ ବ୍ଲକର ଡଁଅରା,ଝୁମ୍ପୁରା,ବିଜୟନଗର,ବଳମ ଏବଂ ତିଲେଇବଣି ବ୍ଲକର ବିଭିନ୍ନ ଅଂଚଳରେ ପରିବା ଚାଷ, ଆମ୍ବ ଓ ଲିଚୁ ଚାଷ କ୍ଷୟକ୍ଷତି ହୋଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।ବିଶେଷକରି ରିଆମାଳ ବ୍ଲକର ବିଭିନ୍ନ ପଂଚାୟତରେ କାଳ‌ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ତେବେ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ