କିଶୋର ନ୍ୟାୟ ଓ ସାଇବର ସୁରକ୍ଷା ସଂପର୍କିତ କର୍ମଶାଳା

ଦେବଗଡ଼:ସ୍ଥାନୀୟ ବସନ୍ତ ନିବାସରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କିଶୋର ନ୍ୟାୟ ,ସାଇବରସୁରକ୍ଷା ଓ ପ୍ରଶାସନିକ ସେବାରେ ଏଆଇ ଟୁଲର ବ୍ୟବହାର ସଂପର୍କିତ ଦୁଇଦିନିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସୁଷମା ମଞ୍ଜରୀ ମହାପାତ୍ର ମୁଖ୍ୟଅତିଥି,କିଶୋର ନ୍ୟାୟ ବୋର୍ଡ ସଦସ୍ୟା ପ୍ରବୀଣା ମିଶ୍ର ,ସିଡବ୍ଲୁସି ସଦସ୍ୟା ଗାୟତ୍ରୀ ଦ୍ବିବେଦୀ, ନିର୍ଜନା ମାହାର ,ଶିଶୁ ରୋଗ ବିଶେଷଜ୍ଞ ଡା.ମାନସାଙ୍ଗ ମୁର୍ମୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ସାଇବର ଥାନା ଅଧିକାରୀ ବିପ୍ଲବ ସାହୁ ,ସିଡବ୍ଲୁସି ସଦସ୍ୟା ସୁମିତ୍ରା ପୁରୋହିତ,ଯତୀନ୍ଦ୍ର ମୋହନ ନାୟକ ,ଲିଗାଲ ପ୍ରୋବେସନ ଅଫିସର ସୁଧୀର ଜେନା ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ତାଲିମଦାତା‌ ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ପାଇଁ ସାଇବର ସଚେତନତା ,କିଶୋର ନ୍ୟାୟ ଅଧିନିୟମ,ପ୍ରଶାସନିକ କାର୍ଯ୍ୟରେ ଏଆଇ ଟୁଲର ବ୍ୟବହାର , ପୋକସୋ ଆକ୍ଟ , ମିସନ ବାତ୍ସଲ୍ୟ ଓ ଯଶୋଦା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।କର୍ମଶାଳା ପରିଚାଳନାରେ ବିଭାଗୀୟ ଅଧିକାରୀ ଚିନ୍ମୟ ସ୍ଵାଇଁ,ଦେବରଞ୍ଜନ ପ୍ରଧାନ , ଅଜିତ ନାୟକ ,କ୍ରାନ୍ତି ମଞ୍ଜରୀ ଧାଉଁଳିଆ, ଲିଙ୍ଗରାଜ ପ୍ରଧାନ ,ଲିପନ ବଣିଚୁଳ ଓ ଗଗନ ବିଶ୍ଵାଳ ସହଯୋଗ କରିଥିଲେ।ଏଥିରେ ଶିଶୁ ମଙ୍ଗଳ ସମିତି ଓ କିଶୋର ନ୍ୟାୟ ବୋର୍ଡର ସଦସ୍ୟ ସଦସ୍ୟା,ଚାଇଲ୍ଡ ହେଲପଲାଇନ,ଶିଶୁ ଗୃହ,ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀମାନେ ଉପସ୍ଥିତ ଥିଲେ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ