କୃଷକର ଫସଲ ଓ ଗରିବର ଥାଳିକୁ ଡବ୍ଲୁଟିଓ ନିୟମରୁ ସୁରକ୍ଷା ଦେଇଥିଲେ ମୋଦୀ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: : ବିଶ୍ୱ ଖାଦ୍ୟ ଦିବସରେ ଭାରତର ୮୦ କୋଟିରୁ ଅଧିକ ଗରିବ ଓ ଅସହାୟ ଲୋକଙ୍କ ଖାଦ୍ୟ ସୁରକ୍ଷା ପଛରେ ଥିବା ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଐତିହାସିକ ବାଣିଜ୍ୟ କୂଟନୀତିକୁ ଦେଶ ମନେ ପକାଉଛି। ୨୦୧୪ରେ କ୍ଷମତାକୁ ଆସିବାର ମାତ୍ର ଦୁଇ ମାସ ପରେ ମୋଦୀ ସରକାର ବିଶ୍ୱ ବାଣିଜ୍ୟ ସଂଗଠନକୁ ସ୍ପଷ୍ଟ କରିଦେଇଥିଲେ ଯେ, ବିଶ୍ୱ ବାଣିଜ୍ୟ ହେବ କିନ୍ତୁ ଭାରତର କୃଷକ ଓ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ବଳି ଦେଇ ନୁହେଁ। ଏହି ନିଷ୍ପତିର ଫଳ ଆଜି ଆମ ସମ୍ମୁଖରେ। ୨୦୨୪–୨୫ରେ ଭାରତ ସରକାର ୧,୧୭୫ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ସର୍ବନିମ୍ନ ସହାୟତା ମୂଲ୍ୟରେ କ୍ରୟ କରି ୧.୮୪ କୋଟି କୃଷକଙ୍କୁ ୩.୩୩ ଲକ୍ଷ କୋଟି ପ୍ରଦାନ କରିଛନ୍ତି। ଅନ୍ୟପଟେ ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ୮୦ କୋଟିରୁ ଅଧିକ ଲୋକଙ୍କ ପାଖରେ ବିନା ମୂଲ୍ୟରେ ଖାଦ୍ୟଶସ୍ୟ ପହଁଚୁଛି। ଗୋଟିଏ ପଟେ କୃଷକଙ୍କ ଉତ୍ପାଦନର ମୂଲ୍ୟ, ଅନ୍ୟପଟେ ଗରିବଙ୍କ ଥାଳି ମୋଦୀ ସରକାର ଉଭୟକୁ ଯୋଡ଼ି ଖାଦ୍ୟ ସୁରକ୍ଷାର ଏକ ବିଶାଳ ଜାତୀୟ ବ୍ୟବସ୍ଥା ଗଢ଼ିଛନ୍ତି ବୋଲି ଏକ ପ୍ରେସ୍ ବିବୃତି ଜରିଆରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଶ୍ୱ ବାଣିଜ୍ୟ ସଂଗଠନର ବାଣିଜ୍ୟ ସୁଗମିକରଣ ଚୁକ୍ତିରେ ମୋଦୀ ଆପତି ନ ଉଠାଇଥିଲେ ଆଜି ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କିଲୋ ପିଛା ପ୍ରାୟ ୩.୫୦ ଟଙ୍କା ହୋଇଥାଆନ୍ତା। କିନ୍ତୁ ବର୍ତମାନ ରାଜ୍ୟମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବୋନସକୁ ବାଦ୍ ଦେଲେ ଏହି ମୂଲ୍ୟ ୨୪.୪୧ ଟଙ୍କା, ଯାହାକି ମୋଦିଜୀ ବିରୋଧ କରିଥିବା ବିଶ୍ୱ ବାଣିଜ୍ୟ ସଂଗଠନ ଚୁକ୍ତିର ସର୍ତାବଳୀ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ୩.୫୦ ଟଙ୍କା ଅପେକ୍ଷା ପ୍ରାୟ ସାତ ଗୁଣ ଅଧିକ। ୨୦୧୩ର ଇଣ୍ଡୋନେସିଆ ବାଲିଠାରେ ନିଆଯାଇଥିବା ନିଷ୍ପତି ପରେ ମଧ୍ୟ ଏହି ଖାଦ୍ୟ ସୁରକ୍ଷାର ସ୍ଥାୟୀ ସମାଧାନ ହୋଇନଥିଲା। ତେଣୁ ଜୁଲାଇ ୨୦୧୪ରେ ମୋଦୀ ସରକାର କୃଷି ଚୁକ୍ତିନାମାକୁ ଆଗକୁ ନେବା ପାଇଁ ସହମତି ଦେବାକୁ ମନା କରିଦେଲେ। ଶେଷରେ ନଭେମ୍ବର ୨୦୧୪ରେ ବିଶ୍ୱ ବାଣିଜ୍ୟ ସଂଗଠନକୁ ସ୍ପଷ୍ଟ କରିବାକୁ ପଡ଼ିଲା ଯେ, ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ବିକାଶଶୀଳ ଦେଶମାନେ ନିଜ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଚ୍ଚ ମୂଲ୍ୟରେ ଖାଦ୍ୟଶସ୍ୟ କିଣି ଶସ୍ୟାଗାରରେ ସାଇତି ପାରିବେ। ଆଜି ଏହି ଦାବି କେବଳ ଭାରତର ନୁହେଁ ବରଂ ୭୫ରୁ ଅଧିକ ବିକାଶଶୀଳ ବିଶ୍ୱ ବାଣିଜ୍ୟ ସଂଗଠନ ସଦସ୍ୟ ଦେଶ ଭାରତର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଭାରତର ଦୃଢ଼ ସ୍ୱର ବିକାଶଶୀଳ ବିଶ୍ୱର କୃଷକ ଓ ଖାଦ୍ୟ ସୁରକ୍ଷାର ସ୍ୱରକୁ ଶକ୍ତିଶାଳୀ କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
୨୦୨୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପୁଣି କହିଥିଲେ, ଦେଶର କୃଷକଙ୍କ କ୍ଷତି କରୁଥିବା କୌଣସି ନୀତି ସମ୍ମୁଖରେ ସେ ପ୍ରାଚୀର ଭଳି ଠିଆ ହେବେ। ବିଶ୍ୱ ଖାଦ୍ୟ ଦିବସରେ ଓଡିଶା ବିଜେପି ତରଫରୁ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ୨୦୧୪ର ସେହି ଦୃଢ଼ ବାଣିଜ୍ୟ କୂଟନୀତି ଆଜି କୃଷକଙ୍କ କ୍ଷେତ ଓ ଗରିବଙ୍କ ଥାଳି ମଧ୍ୟରେ ଏକ ଐତିହାସିକ ସୁରକ୍ଷା କବଚ ହୋଇ ଠିଆ ହୋଇଛି।

  • Related Posts

    ABVPର ବିଜୟ ପରେ ଶାହାଙ୍କ ଅଭିନନ୍ଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

    Continue reading
    ଛାତ୍ର ସଂସଦ ଭଳି ପଞ୍ଚାୟତ, ପୌର ଭୋଟରେ କ୍ଲିନ୍‌ସୁଇପ୍‌ କରିବୁ:ବିଜେପି

    ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ ବିଜେପି ୨୦୨୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି