କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ

ଭୁବନେଶ୍ବର: ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ଭାରତୀୟଙ୍କ ହାତରେ କଡ଼ି ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବା ବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି । ଲୁଟେରା ମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି । ଶ୍ରୀଲଙ୍କା, ଭୁଟାନ ପରି ମିତ୍ର ଦେଶ ଏବେ ଭାରତ ବିରୋଧୀ । ଏହା ଆମର ବୈଦେଶିକ ନୀତି । ୧୦ଟି ପରିବାର ହାତରେ ଆମର ସବୁ ଟଙ୍କା । ତାଙ୍କୁ ବାଦ୍ ଦେଇ ଦେଲେ ଆଫ୍ରିକା ଦେଶ ଠାରୁ ମୁଣ୍ଡପିଛା ଆୟ କମିଯିବ । ୧୦% ପରିବାର ହାତରେ ଦେଶର ୫୭% ଟଙ୍କା ।

ଷ୍ଟକ୍ ମାର୍କେଟ ପତନ ଛୁଆଁ । ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆଁ । ପେଟ୍ରୋଲ ଦାମ୍ ମହାକାଶ ଛୁଆଁ । ଯୁବପିଢ଼ି ଏବେ ନାଗ ଫାସରେ । ୬୦-୬୨% ଯୁବପିଢ଼ି ନାଗଫାଶରେ ଫସିଛନ୍ତି । ବର୍ଷକୁ ୮ ଲକ୍ଷ ଚାକିରି ପାଇବାକୁ କହିଥିଲେ । ଏହି ହିସାବରେ ଏବେ ୮୮ ଲକ୍ଷ ଚାକିରି ମିଳିବା କଥା । କୁଆଡେ ଗଲା ସେ ପ୍ରତିଶ୍ରୁତି । ରାଜ୍ୟ ସରକାର ହାତୀ ଭଳି ବଜେଟ୍ କରି ପିମ୍ପୁଡି ପରି ଖର୍ଚ୍ଚ କରୁଛନ୍ତି । ଏ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଭାଗ ବି ରହିଛି । ହେଲେ ସଂଘୀୟ ବ୍ୟବସ୍ଥାରେ ରେଳବାଇ ସମସ୍ୟା, ଜାତୀୟ ଶିକ୍ଷା ନୀତି, ଏସ୍‌ସିଏସ୍‌ଟି ଓବିସି ସଂରକ୍ଷଣ, କୋଇଲା ରାୟାଲଟି ସଂଶୋଧନ ଓ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ କହୁଛନ୍ତି ଏହା କେନ୍ଦ୍ରର ପ୍ରସଙ୍ଗ ।ସରକାରଙ୍କ ତଦନ୍ତ ଟିଭି ପରଦାରେ ଚାଲୁଛି । ମହାପ୍ରଭୁ ବଳଭଦ୍ର ପଡିବା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଭରତପୁର ଥାନା କେସ୍, ରତ୍ନଭଣ୍ଡାର ଖୋଲିବା, ବାରବାଟୀ ଅନ୍ଧାର ହେବା ଓ ମାଣ୍ଡିପଙ୍କାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ଆମେ ପଠେଇଲେ ଦାଦନ ଶ୍ରମିକ, ସେ ପଠେଇଲେ ସୁପରଭାଇଜର ! ନିର୍ବାଚନ ସମୟରେ କହିଲ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି । ତାହେଲେ ସରକାରକୁ ଆସି ତଦନ୍ତ ନକରି ତାଲା କାହିଁକି ଭାଙ୍ଗିଲ ?

କଟନୀ ଛଟନୀ ବନ୍ଦ କରିବାକୁ କହିଲ । ହେଲେ ମିଲ୍ ସହିତ ଡିଲ୍ କରି କଟନୀ ଛଟନୀ ଲୋଟଣି କଲ । କେଉଁଠି ୯, କେଉଁଠି ୧୬ କିଲୋ କାଟିଲ । ତିନି ହଜାର ଟଙ୍କା ଭତ୍ତା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ