କୋରେଇରେ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ପାର୍ଟି

ଯାଜପୁର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁରରେ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ପାର୍ଟି । କୋରେଇ ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ଅନ୍ୟ ଦଳ ଛାଡ଼ି ହଜାର ହଜାର କର୍ମୀ ବିଜେପି ଶିବିରରେ ସାମିଲ ହୋଇଛନ୍ତି ।ଗତ କିଛିଦିନ ତଳେ ଅନ୍ୟ ଦଳର ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିଲ । ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜହ୍ନା ଓ ଲକ୍ଷ୍ମୀ ନଗର ପଞ୍ଚାୟତର ୧ ହଜାରରୁ ଅଧିକ ମହିଳା ଓ ପୁରୁଷ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କୋରାଇ ବିଧାୟକ ଆକାଶ ଦାସନାୟକଙ୍କ ସୁଶାସନ ଓ ବିକାଶ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିବା କହିଛନ୍ତି ମିଶିଥିବା ନୂତନ କର୍ମୀ । ସମସ୍ତ ନୂତନ କର୍ମୀଙ୍କୁ ବିଧାୟକ ଆକାଶ ଦାସନାୟକ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରିଛନ୍ତି ।ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ନେତା ସଞ୍ଜୟ ପ୍ରଧାନ କହିଛନ୍ତି, “ବିଧାୟକ ଆକାଶ ଦାସନାୟକ ହେଉଛନ୍ତି ଆମ ଲକ୍ଷ୍ମୀ ନଗର ପଞ୍ଚାୟତର ଲୋକ । ସେ ଆମ ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ କରିଛନ୍ତି । କିଛି ବାକି ରହିଯାଇଥିବା କମକୁ ଏବେ ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି । ବହୁତ କାର୍ଯ୍ୟଧାରା ସେ ଆଗକୁ ନେଉଛନ୍ତି । ସେ ବହୁତ ଉନ୍ନତ ଚିନ୍ତାଧାରା ରଖିଛନ୍ତି । ତେଣୁ ଆମେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆମ ପଞ୍ଚାୟତର ବିକାଶ ପାଇଁ ଆଜି ବିଜେପି ଦଳରେ ସାମିଲ ହୋଇଛୁ ।”ବିଧାୟକ ଆକାଶ ଦାସନାୟକ କହିଛନ୍ତି, “କୋରେଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ମହାମିଶ୍ରଣରେ ଜହ୍ନା ଓ ଲକ୍ଷ୍ମୀ ନଗର ପଞ୍ଚାୟତର ହଜାର ହଜାର ନେତୃମଣ୍ଡଳୀ ଯଥା ବିଜୁ ଜନତା ଦଳର କର୍ମୀମାନେ ବିଜେପିରେ ମିଶିଛନ୍ତି । ଏହା ଆମ ଦଳକୁ ଆହୁରି ଶକ୍ତିଶାଳୀ କରିବ । ଏକ ବିକଶିତ କୋରେଇ ଗଠନ କରିବାରେ ଆମେ ସକ୍ଷମ ହେବୁ । କର୍ମୀମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେଇଛନ୍ତି ଏବଂ କୋରେଇ ନିର୍ବାଚନ ମଣ୍ଡଳୀରେ ଯେଭଳି ବିକାଶ କାର୍ଯ୍ୟ ଚାଲିଛି ସେଥିରେ ଆକୃଷ୍ଠ ହେଇ ବିଜେପିରେ ସାମିଲ ହୋଇଛନ୍ତି । ଜନସାଧାରଣ ଆମ ସହିତ ଯୋଡିହେବା ପାଇଁ ଚାଁହୁଛନ୍ତି । ଏହା ଆରମ୍ଭ ମାତ୍ର, ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଏଭଳି ମିଶ୍ରଣ ହେବ । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଆମେ ବିପୁଳ ଭାବରେ ବିଜୟୀ ହେବୁ ।”

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ