କୋଲକାତାରୁ ଆସିବ ୧ ଲକ୍ଷ କୋଟି ନିବେଶ, ସୃଷ୍ଟି ହେବ ୯୦ ହଜାର ନିଯୁକ୍ତି ସୁଯୋଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ । ସୃଷ୍ଟି ହେବ ୯୦ ହଜାର ନିଯୁକ୍ତି ସୁଯୋଗ । ଏଥିପାଇଁ କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ସ୍ୱାକ୍ଷର ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କୋଲକାତା ଗସ୍ତ ସମୟରେ ୪ଟି ପ୍ରମୁଖ କ୍ଷେତ୍ରର ୧୩୦ ଜଣ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ରାଉଣ୍ଡ ଟେବୁଲ ଆଲୋଚନା କରିଛନ୍ତି । ପୋଷାକ, ବୟନ ଶିଳ୍ପର ୧୮ ପ୍ରତିଷ୍ଠିତ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିଭଳି ୨୨ ଜଣ ଧାତବ୍ୟ ସମ୍ପର୍କିତ ଆନୁସଙ୍ଗିକ ଶିଳ୍ପ ନିବେଶକ ଏବଂ ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ ଶିଳ୍ପ ସମ୍ପର୍କିତ ୨୪ କମ୍ପାନୀର ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁୱାନ ଆଲୋଚନା କରିଛନ୍ତି । ଔଷଧ ଓ ମେଡିକାଲ ଯନ୍ତ୍ରପାତି ସମ୍ପର୍କିତ ୨୪ ନିବେଶକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,”ପୂର୍ବ ଭାରତରେ ଓଡ଼ିଶା ଶିଳ୍ପାୟନରେ ଏକ ପ୍ରମୁଖ ଅଂଶିଦାର ପାଲଟିଛି । ଆଗାମୀ ଦିନରେ ଓଡିଶା ପରବର୍ତ୍ତି ପର୍ଯ୍ୟାୟ ଶିଳ୍ପ ଅଭିବୃଦ୍ଧିରେ ମିଶନ ପୂର୍ବୋଦ୍ବୟର ମଙ୍ଗ ଧରିବ । ସମନ୍ବିତ ଯୋଜନା, ନିର୍ଦ୍ଧିଷ୍ଟ ନୀତି ଦ୍ବାରା ଓଡ଼ିଶା ଶିଳ୍ପପତିଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି । ପୂର୍ବ ଭାରତରେ ଅନ୍ୟ ସହର ସହ ସମନ୍ବୟ ଦ୍ବାରା ପୂର୍ବଭାରତରେ ଓଡ଼ିଶା ଏକ ପ୍ରମୁଖ ଶିଳ୍ପ କରିଡର ହୋଇପାରିବ । ଓଡ଼ିଶା ଏବେ ବ୍ୟାପକ ଅର୍ଥନତୈିକ ରୂପାନ୍ତରଣ ଦିଗରେ ଆଗଉଛି । ଦ୍ରୁତଗତିରେ ରାଜ୍ୟ ଏବେ ଉତ୍ପାଦନଭିତ୍ତିକ ଶିଳ୍ପର ହବ ହେବ । ରାଜ୍ୟର ଲମ୍ବା ସାମୁଦ୍ରିକ ବେଳାଭୂମୀ ସହ ପାରାଦୀପ, ଧାମରା, ଗୋପାଳପୁର ଭଳି ବନ୍ଦରର ବକାଶ ସହ ତାଳ ଦେଇ ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପର ଅଭିବୃଦ୍ଧି ହେଉଛି ।”
କୋଲକାତା ନିବେଶକ ସମ୍ମିଳନୀରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ୨୭ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାର ଇସ୍ପାତ ସମ୍ପର୍କିତ ୪ଟି, ଅକ୍ଷୟ ଶକ୍ତି ସମ୍ପର୍କିତ ୨ଟି ଏବଂ ରେୟାର ଆର୍ଥ, ପ୍ଲାଷ୍ଟିକ, ଔଷଧ, ଖନନ, ପ୍ରତିରକ୍ଷା, ରସାୟନ ସମ୍ପର୍କିତ ଗୋଟିଏ ଲେଖାଏଁ ଓ ଧାତବ୍ୟ ଆନୁଷଙ୍ଗିକ ଶିଳ୍ପ ସମ୍ପର୍କିତ ୪ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ୨୭ ନିବେଶକ ରାଜ୍ୟରେ ଏବେ ୮୧ ହଜାର ୮୬୪ କୋଟି ଟଙ୍କାର ନିବେଶ କରିବେ । ଏହା ଦ୍ବାରା ୬୩ ହଜାର ୧୬୧ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏଥିସହ ଆଉ ୧୯ ଶିଳ୍ପପତି ରାଜ୍ୟରେ ୧୮ ହଜାର ୪୫୩ କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି । ଏହି ୧୯ଟି ଶିଳ୍ପରୁ ଆଉ ୨୭ ହଜାର ୫୯୧ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କୋଲକାତା ନିବେଶକ ସମ୍ମିଳନୀର ପରେ ଆସନ୍ତା ୨୭ ଓ ୨୮ ତାରିଖରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ଏଣ୍ଟରପ୍ରାଇଜ ଓଡ଼ିଶାରେ ରାଜ୍ୟ ଶିଳ୍ପାୟନକୁ ନେଇ ବ୍ୟାପକ ଆଲୋଚନା ହେବ । ଏହି ଅବସରରେ ରାଜ୍ୟରେ ଏମଏସଏମଇ ଶିଳ୍ପର ଅଭିବୃଦ୍ଧି, ଷ୍ଟାର୍ଟଅପ, ବୃହତ ଶିଳ୍ପର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି । କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ପ୍ରାୟ ୫୦୦ରୁ ଅଧିକ ଶିଳ୍ପପତି ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ପାଇଁ ଥିବା ଅନୁକୂଳ ବାତାବରଣ, ରାଜ୍ୟର ବିଭିନ୍ନ କ୍ଷେତ୍ର ପାଇଁ ଥିବା ସ୍ବତନ୍ତ୍ର ନୀତି ଓ ପ୍ରଶାସନିକ ସହଯୋଗ ବାବଦରେ ବିସ୍ତୃତ ବିବରଣୀ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ଉତ୍ପାଦନଭିତ୍ୟିକ ଓ ସେବା ସମ୍ପର୍କିତ ଶିଳ୍ପର ବିକାଶକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଅକ୍ଷୟ ଶକ୍ତି, ବୟନ ଶିଳ୍ପ, ଆଇଟି, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଓ ଔଷଧ ଶିଳ୍ପ ସମ୍ପର୍କିତ ଶିଳ୍ପରେ ନିବେଶ ପାଇଁ ଥିବା ପର୍ଯ୍ୟାପ୍ତ ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଶ୍ଚିମବଙ୍ଗ ସହ ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରୁ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ଭୂମିକା ସମ୍ପର୍କରେ ନିବେଶକଙ୍କୁ ଅବଗତ କରିଛନ୍ତି । ଶିଳ୍ପାୟନ ପାଇଁ ରାଜ୍ୟର ଭିତ୍ତିଭୂମି ବିକାଶ ଓ ବନ୍ଦରଭିତ୍ତକ ଆନୁଷଙ୍ଗିକ ବିକାଶ ନେଇ ରାଜ୍ୟର ଆଭିମୁଖ୍ୟ ବାବଦରେ ସୂଚନା ଦେଇଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ରାଜ୍ୟରେ ଦକ୍ଷ ମାନବ ସମ୍ବଳ ନିବେଶକଙ୍କ ପାଇଁ ଏଥିପାଇଁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ ଓ ପ୍ରଶାସନିକ ସୁବିଧା ସୁଯୋଗ ପ୍ରଦାନ କରୁଛି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ