କ୍ୟାବିନେଟ: କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲ ପାଇଁ ୨୧୦.୩୬ କୋଟି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ ହେବ । ହଷ୍ଟେଲ ପାଇଁ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ଅନୁମୋଦନ କରାଯାଇଛି । ପ୍ରକଳ୍ପ IDCO ଜରିଆରେ କାର୍ଯ୍ୟକାରୀ ହେବ । ୨୧୦.୩୬ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ଅନୁମୋଦନ ହୋଇଛି । ଏହାକୁ SASCI ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଛି । ୨୪ ମାସ ଅବଧି ମଧ୍ଯରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ । ଏହି ଶ୍ରମିକ ହଷ୍ଟେଲ ୪୦୦୦ ମହିଳା କର୍ମଚାରୀଙ୍କ ପାଇଁ ସେବା ଯୋଗାଇବ । ସୁରକ୍ଷା, ଉତ୍ପାଦକତା ପରିବେଶ, ୟୁନିଟ ପିଛା ଖର୍ଚ୍ଚ ସଞ୍ଚୟ ଏବଂ କର୍ମସ୍ଥଳୀକୁ କମ୍ ଯାତ୍ରା ସମୟ ସୁନିଶ୍ଚିତ କରିବ ।

କାଲିବେଟି ଶିଳ୍ପ ପାର୍କରେ MAS Holdings, EPIC ଏବଂ Indian Stitches ସମେତ ପ୍ରମୁଖ ବୟନ ଏବଂ ପୋଷାକ କମ୍ପାନୀଗୁଡ଼ିକ ଦ୍ବାରା ପୁଞ୍ଜିନିବେଶ ହୋଇଛି । ଏହି କମ୍ପାନୀଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ୨୦,୦୦୦ ରୁ ଅଧ‌ିକ ନିଯୁକ୍ତି ସୃଷ୍ଟି କରିବାର ଆଶା କରାଯାଉଛି । ବିଶ୍ବ ବୟନ କର୍ମଶକ୍ତିର ୬୫-୭୦% ମହିଳା ହୋଇଥିବାରୁ ମହିଳା ଶ୍ରମିକଙ୍କ ପାଇଁ ସୁରକ୍ଷିତ ଏବଂ ସୁସଜ୍ଜିତ ବାସସ୍ଥାନର ଚାହିଦା ପୂରଣ ଓଡ଼ିଶା ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଲିବେଟି ଶିଳ୍ପାଞ୍ଚଳ ନିକଟରେ ମହିଳା ଶ୍ରମିକମାନଙ୍କୁ ଏକ ନିରାପଦ ବାସସ୍ଥାନ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସାମାଜିକ ଏବଂ ସାମୁଦାୟିକ ଭିତ୍ତିଭୂମି ସହିତ ଶିଳ୍ପ କ୍ଷେତ୍ରରେ ମହିଳା ଶ୍ରମିକ ହଷ୍ଟେଲ ବିକଶିତ କରାଯିବ ।

  • Related Posts

    ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଶିଖର ଛୁଇଁଛି :ମୁଖ୍ୟମନ୍ତ୍ରୀ

    ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ…

    Continue reading
    ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ:ଶୁଭେନ୍ଦୁ ଅଧିକାରୀ

    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା। ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ। ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ପରେ ଶୁଭେନ୍ଦୁ ଅଧିକାରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ