କ୍ୟାବିନେଟ: ସହରାଞ୍ଚଳର ଯୋଗ୍ୟ ପରିବାରଙ୍କୁ ୨୦୨୯ ସୁଦ୍ଧା ପକ୍କା ଘର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ୫ ଟି ପ୍ରସ୍ତାବକୁ କ୍ୟାବିନେଟର ସ୍ବୀକୃତି ମିଳିଛି । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଳସମ୍ପଦ ବିଭାଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବୈଠକ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ସହରାଞ୍ଚଳରେ ଗୃହହୀନ ଏବଂ ଯୋଗ୍ୟ ପରିବାରଙ୍କୁ ୨୦୨୯ ସୁଦ୍ଧା ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ‘PMAY-(U) BANDHU’ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ୨.୦ର ପରିପୂରକ ରାଜ୍ୟ ଯୋଜନା ଭାବେ କାର୍ଯ୍ୟକାରୀ ହେବ । ଏହା ମାଧ୍ୟମରେ PMAY-U 2.0ର ସୁବିଧାକୁ ଆହୁରି ସୁଦୃଢ଼ କରି ସମସ୍ତ ଯୋଗ୍ୟ ସହରାଞ୍ଚଳ ପରିବାରଙ୍କୁ ଆବାସ ସହାୟତା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

୨୦୨୫ରେ ସହରାଞ୍ଚଳରେ ପକ୍କା ଘରର ପରିମାଣ ୫୯ ପ୍ରତିଶତ ଥିବାବେଳେ ୨୦୨୯ ସୁଦ୍ଧା ଏହାକୁ ୯୦ ପ୍ରତିଶତରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବଧିରେ ପ୍ରାୟ ୩ରୁ ୩.୫ ଲକ୍ଷ ସହରାଞ୍ଚଳ ପରିବାର PMAY-U 2.0 ଅଧୀନରେ ଆବାସ ସହାୟତା ପାଇବେ । ଏହି ଯୋଜନାରେ ମୋଟ ୧,୬୧୫ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ସୁଲଭ ଆବାସ ପ୍ରକଳ୍ପ, ଆର୍ଥିକ ପ୍ରୋତ୍ସାହନ, ସ୍ୱଳ୍ପ ସୁଧରେ ଗୃହଋଣ ସୁବିଧା ଏବଂ ବିଶେଷ ପରିସ୍ଥିତିରେ ବିସ୍ଥାପିତ ପରିବାରଙ୍କୁ ଆର୍ଥିକ ସହାୟତା ଭଳି ଚାରିଟି ପ୍ରମୁଖ ଉପାଦାନ ରହିଛି । ବିଭିନ୍ନ ଉପାଦାନ ପାଇଁ ଯଥାକ୍ରମେ ୬୭୫ କୋଟି, ୬୮୫ କୋଟି, ୧୦୦ କୋଟି ଓ ୧୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଯୋଜନା ଅନୁସାରେ ଆଗାମୀ ୫ ବର୍ଷରେ ପ୍ରାୟ ୩୦ ହଜାର Affordable Housing in Partnership (AHP) ଘର ଏବଂ ୧୦ ହଜାର Affordable Rental Housing/Transit House ନିର୍ମାଣକୁ ସହାୟତା ମିଳିବ । ଏଥିସହ ସୁଲଭ ସୁଧରେ ଗୃହଋଣ, ସୁଧ ରିହାତି, ନିଜ ଶ୍ରମଦାନ ପାଇଁ ପ୍ରୋତ୍ସାହନ ଏବଂ ଶୀଘ୍ର ଘର ନିର୍ମାଣ ଶେଷ କରୁଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପଗୁଡ଼ିକରେ ସବୁଜ ଓ ଟିକାଉ ବିକାଶକୁ ଗୁରୁତ୍ୱ ଦିଆଯିବ । ଖୋଲା ସ୍ଥାନ, ସୌର ଶକ୍ତି, ବର୍ଷାଜଳ ସଂରକ୍ଷଣ, ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶିଶୁ ଖେଳ ପଡ଼ିଆ ଓ PDS କେନ୍ଦ୍ର ଭଳି ସାମାଜିକ ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଯିବ । ମହିଳା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କୁ ଘର ବଣ୍ଟନରେ ପ୍ରାଥମିକତା ଦିଆଯିବ ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ