କ୍ୟୁଆର୍‌ କୋଡ୍‌ ସ୍କାନ କଲେ ମିଳିବ ସାର

ଭୁବନେଶ୍ୱର/ନବରଙ୍ଗପୁର: ସାର ନେବାକୁ ଚାହୁଁଛନ୍ତି ତ ମୋବାଇଲ୍ ନେଇ ଆସନ୍ତୁ । ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଥିବା ୟୁପିଆଇ୍ କ୍ୟୁଆର୍ କୋଡ୍‌ରେ ସ୍କାନ୍ କରି ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ମିଳିବସାର । ନଗଦ ଟଙ୍କା ଦେଇ ନେଇପାରିବେନି ସାର । ଏଭଳି କଟକଣା ପରେ ମୋବାଇଲ୍ ନଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । କେମିତି କିଣିବେ ସାର, ସେ ନେଇ ଚିନ୍ତାରେ ପଡ଼ିଲେଣି ।ତେବେ ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାଗୁଡ଼ିକର ଲ୍ୟାମ୍ପ୍‌ସ ଗୁଡିକରେ କ୍ୟୁଆର୍ କୋଡ୍‌ରେ ଚାଷୀ ଟଙ୍କା ଜମା କଲେ ସାର ମିଳିବ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ଜିଲ୍ଲାରେ ଅଧିକାଂଶ ଲ୍ୟାମ୍ପ୍‌ସ ରେ ଚାଷୀଙ୍କୁ ସାର୍ ମିଳିପାରୁନି । ଗତ ଦିଶା ବୈଠକରେ ସାଂସଦ ବଳଭଦ୍ର ମାଝୀ ଏଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ନ ଥିବା ଚାଷୀ କେମିତି କ୍ୟୁଆର୍ କୋଡ୍‌ରେ ଟଙ୍କା ଜମା କରିବେ ବୋଲି ପ୍ରଶ୍ନ କରିଥିଲେ । ତେବେ ଏଭଳି ଅବସ୍ଥା କେବଳ ନବରଙ୍ଗପୁର ଜିଲ୍ଲାରେ ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚାଷୀମାନେ ସାର ପାଇବା ପାଇଁ ଚିନ୍ତାରେ ପଡ଼ିଲେଣି ।ଏଭଳି ଅବସ୍ଥା ସାରା ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ଏଗ୍ରିଷ୍ଟାକ୍ ଆଧାରିତ ସାର ବିତରଣ କରାଯାଉଛି । ଏହି ଦୁଇ ଜିଲ୍ଲାରେ ସାର କିଣିବା ପୂର୍ବରୁ ଚାଷୀଙ୍କୁ ମୋବାଇଲ୍‌ର ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫ୍ରେମୱାର୍କ ଫର ଫର୍ଟିଲାଇଜର୍ ସେଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ପରେ ସାର ଦୋକାନ ଓ କେଉଁ ସାର କିଣିବେ ତାହା ଚୟନ କରିବାକୁ ହେବ । ଆବେଦନ ପରେ ଏକ କ୍ୟୁଆର୍ କୋଡ୍ କିମ୍ବା ଟୋକନ୍ ପାଇବେ । ଯାହା ମାତ୍ର ଦୁଇ ଦିନ ପାଇଁ ବୈଧ ରହିବ । ତେବେ ଏହି ଦୁଇ ଜିଲ୍ଲାରେ ଯେଉଁ ଚାଷୀଙ୍କର ମୋବାଇଲ୍ ନଥିବ, ସେମାନେ କିଭଳି ସାର ପାଇବେ ତାହା ସ୍ପଷ୍ଟ କରାଯାଇନି ।ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ନଗଦ ନ ଦେଇ ଅନଲାଇନରେ ସାର କାରବାର ହେଉଥିବାରୁ ଚାଷୀମାନେ କ୍ଷୋଭ ପ୍ରକଟ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଲ୍ୟାମ୍ପ୍ସରେ କ୍ୟାସ୍ ସେଲ୍ ମଧ୍ୟ କ୍ୟୁଆର୍ କୋଡ୍‌ରେ ହିଁ ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ସାର୍ ମିଳୁଛି । ତେଣୁ ଶୁକ୍ରବାର ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ କୋଷାଗୁମୁଡ଼ାର ଲ୍ୟାମ୍ପ୍ସ ଗସ୍ତ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ । ଚାଷୀଙ୍କୁ ନଗଦରେ ସାର୍ ବିକ୍ରି ଲାଗି ଲ୍ୟାମ୍ପ୍‌ସ ଗୁଡ଼ିକୁ ଚିଠି କରିବାକୁ ନବରଙ୍ଗପୁର ଡିଆର୍‌ସିଏସ୍ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡିଆର୍‌ସିଏସ୍ ଚିଠି କରାଯିବ କହି ଶନିବାର ଛୁଟିରେ ଗାଁକୁ ଯାଇଛନ୍ତି । ଫଳରେ ମୋବାଇଲ ଫୋନ୍ ନ ଥିବା ଛୋଟ ଓ ମଧ୍ୟମ ଚାଷୀ ସାର୍ ପାଇଁ ଲ୍ୟାମ୍ପସକୁ ଧାଇଁ ନୟାନ୍ତ ହେଉଛନ୍ତି । ବିଶେଷ କରି ଜୁଲାଇ ମାସ ଚାଷୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ମାସ । ସାର୍ ନ ପାଇଲେ ଫସଲ ଅମଳ ବାଧାପ୍ରାପ୍ତ ହେବ । ଗୋଟିଏ ପଟେ ଲ୍ୟାମ୍ପ୍ସରେ ଦୁର୍ନୀତି ରୋକିବା ସହ ସାର୍ ବିକ୍ରି ରେ ସ୍ୱଚ୍ଛତା ଆଣିବାକୁ ବିଭାଗ ପକ୍ଷରୁ ଚାଷୀଙ୍କଠାରୁ ୟୁପିଆଇ କ୍ୟୁଆର୍ କୋଡ୍ରେ ଟଙ୍କା ନେଇ ସାର୍ ଦେବାକୁ ଲ୍ୟାମ୍ପ୍ସକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏଣୁ ଲ୍ୟାମ୍ପ୍‌ସ ଗୁଡ଼ିକ ବିନା କ୍ୟୁଆର୍ କୋଡରେ କୌଣସି ଚାଷୀଙ୍କୁ ସାର୍ ଦେବାକୁ ସାହସ କରୁନାହାନ୍ତି । ଫଳରେ ଏବେ ଲ୍ୟାମ୍ପ୍‌ସରୁ ସାର୍ ପାଇବା ଚାଷୀଙ୍କ ପାଇଁ କ୍ୟୁଆର୍ କୋଡ୍ ପ୍ରତିବନ୍ଧକ ସାଜିଛି । କାରଣ ସବୁ ଚାଷୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହି ଜିଲ୍ଲାରେ ଖରିଫ୍ ଋତୁ ପାଇଁ ୫୩ ହଜାର ୮୦୦ ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକ । ହେଲେ ବର୍ତ୍ତମାନ ସୁଦ୍ଧା ୩୧ ହଜାର ମେଟ୍ରିକ୍ ଟନ୍ ସାର ଜିଲ୍ଲାକୁ ଆସିଛି । ଏବେ ସୁଦ୍ଧା ୧୫ ହଜାର ୧୦୦ ମେଟ୍ରିକ୍ ଟନ୍ ୟୁରିଆ ଚାଷୀଙ୍କୁ ବିକ୍ରି ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାର ସିଂହଭାଗ ଚାଷୀଙ୍କୁ ଆବଶ୍ୟକ ୟୁରିଆ ମିଳିନି। ଏଣୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସାରାରାଜ୍ୟରେ ଚାଷ ଦେବା ପାଇଁ କ୍ୟୁଆର୍ କୋଡ୍ ସ୍କାନ ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ହଠାତ ନୂଆ ନିୟମ କରି ଚାଷୀଙ୍କ ଉପରେ ଲଦି ଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀନେତାମାନେ ଚେତାବନୀ ଦେଇଛନ୍ତି ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ