ଖାଇକୁ ଖସିଲା ବୋଲେରୋ, ଚାଲିଗଲା ୭ ଜୀବନ

ଚମ୍ଵା: ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଖାଇକୁ ଖସିଲା ବୋଲେରୋ। ଚାଲିଗଲା ୭ ଜୀବନ। ବୁଧବାର ବିଳମ୍ଵିତ ରାତିରେ ପୁଖରୀ ମସରୁଣ୍ଡ ମାର୍ଗରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଶବ ଗୁଡ଼ିକୁ ଖାଇରୁ ଉଦ୍ଧାର କରିଛି। ସମସ୍ତ ମୃତକ ମହଲ ଗାଁର ହୋଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ମହଲ ପଞ୍ଚାୟତର ସପରୋଠ ଗାଁର ଏକ ପରିବାର ମୁଣ୍ଡନ ସଂସ୍କାର ପାଇଁ କାକଡୋଥ ଗାଁକୁ ଯାଇ ଫେରୁଥିଲେ। ବିଳମ୍ଵିତ ରାତିରେ ଛତରୁଣ୍ଡ ପାଖରେ ଭାରସାମ୍ୟ ହରାଇ ବୋଲେରୋଟି ୫୦୦ ମିଟର ଗଭୀର ଖାଇକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଭାଇ ଓ ୩ ମହିଳା ଅଛନ୍ତି। ବୋଲେରୋଟି ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କାର୍ଯ୍ୟ କରିଛି। ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ବୋଲେରୋଟି ଖାଇକୁ ଖସି ପଡିଥିଲା।

  • Related Posts

    ମମତାଙ୍କୁ ହାଇକୋର୍ଟ ଝଟ୍‌କା

    କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ କୋଲକାତା ହାଇକୋର୍ଟରୁ ବଡ଼ ଝଟ୍କା ଲାଗିଛି । ଏହି ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରକାରର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଛନ୍ତି…

    Continue reading
    ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

    ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ