୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା ପୋଡ଼ି ମାରିଦେଇଛନ୍ତି।
ବୁଧବାର ବିଳମ୍ବିତ ରାତିରେ ସୋନହାଟ ଥାନା ସୀମା ଅନ୍ତର୍ଗତ ନୌଗାଇ ଗାଁରେ ଏହି ଅପରାଧ ଘଟିଛି ବୋଲି ପୁଲିସ କହିଛି। ପୁଲିସର ସୂଚନା ଅନୁଯାୟୀ, ବାଲି ଖନନ ସହିତ ଜଡିତ ବ୍ୟକ୍ତିମାନେ ଏକ ଏସ୍‌ୟୁଭି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି। ପରେ ଏଥିରେ ଆହତ ହୋଇଥିବା ଆଉ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ‌ହୋଇଛି। ମୃତକମାନେ ହେଲେ ଭରତ ସିଂହ ଓରଫ ଲଲ୍ଲା ସିଂହ, ବୀରେନ୍ଦ୍ର ସିଂହ ଓ ନଗେନ୍ଦ୍ର ସିଂହ।
ପୂର୍ବ ଏକ ବିବାଦକୁ ନେଇ ଅଭିଯୁକ୍ତ ମନୋଜ ତ୍ରିପାଠୀ ଓ ଅନ୍ୟମାନେ ମିଶି ଭରତ ସିଂହ ଓ ଅନ୍ୟମାନଙ୍କ ରାସ୍ତା ଅବରୋଧ କରିଥିଲେ ଓ ସେମାନଙ୍କ ଏସ୍‌ୟୁଭିରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି। ସୁର୍ଗୁଜା ରେଞ୍ଜ ପୁଲିସ ଆଇଜି ଦୀପକ ଝା ଆହୁରି ସୂଚନା ଦେଇଛନ୍ତି ଯେ, ନଅ ଜଣ ଅଭିଯୁକ୍ତ ଓ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଥ୍ୟ ଆଧାରରେ, ପୁଲିସ ଚାରି ଜଣଙ୍କୁ ଗିରଫ କରିଛି ଓ ଅନ୍ୟମାନଙ୍କୁ ଖୋଜା ଚାଲିଛି। ଅପରାଧରେ ସାମିଲ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ