FIRE IN RTO OFFICE ଗଜପତି ଆରଟିଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ଓ ଆସବାବପତ୍ର ପୋଡ଼ି ଯାଇଛି। ନିଆଁ ଲାଗିବା ନେଇ ସୂଚନା ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି କହିଛନ୍ତି ଯେ , ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ।

ସୌଭାଗ୍ୟବଶତଃ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବା ପୂର୍ବରୁ ଏହି ଅଘଟଣ ଘଟିଥିବାରୁ କୌଣସି ଜୀବନହାନି ହୋଇନାହିଁ। ତେବେ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଳିଯାଇଥିବା ସରକାରୀ ଫାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀର କ୍ଷୟକ୍ଷତିର ପରିମାଣ ଆକଳନ ପରେ ଜଣାପଡ଼ିବ ବୋଲି ଆରଟିଓ ସୂଚନା ଦେଇଛନ୍ତି।

  • Related Posts

    ଧରା ପଡ଼ିଲେ ୪ ଚୋର, ୯ଛେଳି ଓ ୨ଟି କାର ଜବତ

    ନିମାପଡ଼ା : ଶୁକ୍ରବାର ରାତ୍ରରେ ଚାରିଛକ ଥାନା ଅନ୍ତର୍ଗତ ଚଉରାଶି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୁହାଳରୁ ଛେଳି ଚୋରୀ କରି ୨ଟି କାରରେ ନେବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି ୪ ଛେଳି ଚୋର। ଗ୍ରାମବାସୀ ମାନେ ଛେଳି ଚୋରଙ୍କୁ…

    Continue reading
    ଓଏଭି ରାଇକିଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

    ‘ସମସ୍ତଙ୍କ ପାଇଁ କ୍ରୀଡ଼ା’ ବାର୍ତ୍ତା ନେଇ ସଚେତନତା ରାଲି ରାଇକିଆ-୨୯-୨୬-ମହାନ ହକି ଖେଳାଳି ତଥା ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇକିଆ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ