
ନିମାପଡ଼ା : ଶୁକ୍ରବାର ରାତ୍ରରେ ଚାରିଛକ ଥାନା ଅନ୍ତର୍ଗତ ଚଉରାଶି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୁହାଳରୁ ଛେଳି ଚୋରୀ କରି ୨ଟି କାରରେ ନେବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି ୪ ଛେଳି ଚୋର। ଗ୍ରାମବାସୀ ମାନେ ଛେଳି ଚୋରଙ୍କୁ ଚାରିଛକ ଥାନା ପୁଲିସ ର ଜିମା ଦେଇଛନ୍ତି। ପୁଲିସ ୪ ଚୋରଙ୍କୁ ଥାନାରେ ଅଟକ ରଖିବା ସହିତ ୯ ଟି ଛେଳି ଓ ୨ଟି କାରକୁ ଜବତ କରିଥିବା ଜଣାପଡିଛି। ପ୍ରକାଶ ଯେ, ଚାରିଛକ ଥାନା ଅନ୍ତର୍ଗତ ଚଉରାଶି ଗ୍ରାମର ସୁରେନ୍ଦ୍ର ତ୍ରିପାଠୀ ଙ୍କ ଗୁହାଳରୁ ଗତ ଶୁକ୍ରବାର ରାତ୍ରରେ ୨ଟି କାରରେ ଚୋରମାନେ ଆସି ଛେଳି ଚୋରୀ ନେଉଥିଲେ। ଡିହସାହି ଗ୍ରାମ ନିକଟରେ ରାସ୍ତା କାଦୁଅ ଥିବାରୁ କାରର ଚକ ଆଗକୁ ଗଡି ନଥିଲା। ଗ୍ରାମ ବାସୀ ମାନେ ଉଠି ଦେଖନ୍ତି କାର ଭିତରେ ଛେଳି ବୋବାଉଛନ୍ତି। ଗ୍ରାମବାସୀ ମାନେ ୪ ଜଣ ଚୋରଙ୍କୁ ଧରି ଚାରିଛକ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ୪ ଚୋର , ୯ଟି ଛେଳି ଓ ୨ଟି କାର କୁ ଥାନାକୁ ଆଣିଥିଲା। ପୁଲିସ ଧରାପଡ଼ିଥିବା ୪ ଚୋର ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି।
ନିମାପଡ଼ା ରୁ ବସନ୍ତ ନାୟକ ଙ୍କ ରିପୋର୍ଟ




