ଗଞ୍ଜାମ ମଦ ମୃତ୍ୟୁ ମାମଲା: ଖୁବ୍ ଶୀଘ୍ର RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ମଦ ମୃତ୍ୟୁ ମାମଲାକୁ ନେଇ ବିଧାନସଭାରେ ଝଡ଼ । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଥିଲା । କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥାର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରି କହିଥିଲେ ଉଭୟ ବିଜେଡି ଓ କଂଗ୍ରେସ ପୃଷ୍ଟ ପୋଷକତାରେ ମଦ କାରବାର ଚାଲିଥିଲା । ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।

 

ତେବେ ମଦମୃତ୍ୟୁ ଘଟଣାରେ ବିଜେଡ଼ିର ପ୍ରତିବାଦ ନେଇ ଗୃହ ବାହାରେ ବିଜେପି ବିଧାୟକ କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଅମୂଳକ। ଚୋରା ମଦ କାରବାରରେ ବିଜେଡି ଲୋକଙ୍କ ସଂପୃକ୍ତି ଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଅପରପକ୍ଷରେ ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେବେ । ୨ ମାସ ଭିତରେ ଏହାର ତଦନ୍ତ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବର୍ଷେ ଭିତରେ ବେଆଇନ ମଦ ନେଟୱର୍କ ଭାଙ୍ଗିବ । ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି । ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହେବାସହ ୧୧୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ବେଆଇନ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବା ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆଶ୍ଵାସନା ଦେଇଛନ୍ତି ମନ୍ତ୍ରୀ ।

କାର୍ଯ୍ୟରେ ଅବହେଳା ବ୍ରହ୍ମପୁର ଅବକାରୀ ସୂପରିଟେଣ୍ଡନ୍ତଙ୍କ ବଦଳି କରାଯିବା ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି ।

Related Posts

‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ