ଗଣଦୁଷ୍କର୍ମ ମାମଲା: ୨ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ ଜେଲ୍‌

ଆଇଜଲ: ମିଜୋରାମର ଏକ ଜିଲାକୋର୍ଟ ୯ ବର୍ଷ ପୁରୁଣା ଏକ ଗଣଦୁଷ୍କର୍ମ ମାମଲାରେ ୨ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ କାରାଗାରରେ ରଖିବାକୁ ରାୟ ଶୁଣାଇଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ଏହି ରାୟ ଆସିଛି। ଆଇଜଲର ଅତିରିକ୍ତ ଜିଲା ଓ ସେସନ୍‌ ଜଜ ଦୁଇଜଣ ଯବାନଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ବୋଲି ରାୟ ଦେଇଛନ୍ତି। ୨୦୧୭ ଜୁଲାଇରେ ପୀଡ଼ିତା ମହିଳାଜଣକ ନିଜ ବନ୍ଧୁ ସହିତ ବାଂଲାଦେଶ ସୀମା ସ୍ଥିତ ମମିତା ଜିଲାର ଗାସ୍କାଟା ନଦୀ କୂଳରେ ଥିବା ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ସୀମା ଶିବିରରେ ମୁତୟନ ଯବାନ ନୀଳାଞ୍ଜନ ଦାସ ଓ ଦିନେଶ କୁମାର ଦୁଇ ମହିଳାଙ୍କୁ ଘେରି ଯାଇଥି‌ଲେ। ଯବାନମାନେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ ନିଜ ପରିଚୟ ଲୁଚେଇବାକୁ ପୀଡ଼ିତାଙ୍କ ଦୃଷ୍ଟିଶକ୍ତି ନଷ୍ଟ କରିବାକୁ ତାଙ୍କ ମୁହଁ ଉପରେ ଏସିଡ ପକାଇ ଦେଇଥିଲେ। ଏହି ଭୟଙ୍କର ଘଟଣା ପରେ ପୀଡ଼ିତା ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଚେହେରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ସେ ସବୁ ଦିନ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ। ଏହି ଗଣଦୁଷ୍କର୍ମ ସମୟରେ ତାଙ୍କ ବନ୍ଧୁ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ। ୧୧ ଦିନ ପରେ ଗ୍ରାମ୍ୟ ପ୍ରତିରକ୍ଷା ପାର୍ଟି ଓ ରାଜ୍ୟ ପୁଲିସ ବହୁ ଖୋଜାଖୋଜି କରିବା ପରେ ପୀଡ଼ିତାଙ୍କ ବନ୍ଧୁର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର କରିଥିଲେ। ଯବାନମାନେ ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ଯବାନଙ୍କୁ ହତ୍ୟା ମାମଲାରେ ଦୋଷମୁକ୍ତ କରିଦେଇଥିଲେ। ତଦନ୍ତ ରିପୋର୍ଟ, ୧୮ ସାକ୍ଷୀ ତଥା ମେଡିକାଲ ରିପୋର୍ଟ ଆଧାରରେ ଦୁଇ ଯବାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ମୋଟ ୪୨ ବର୍ଷ କଠୋର କାରାଦଣ୍ଡାଦେଶ ଓ ୬୦ ହଜାର ଟଙ୍କା ଲେଖାଏଁ ଜୋରିମାନା ରାୟ ଶୁଣାଇଥିଲେ।

  • Related Posts

    ମମତାଙ୍କୁ ହାଇକୋର୍ଟ ଝଟ୍‌କା

    କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ କୋଲକାତା ହାଇକୋର୍ଟରୁ ବଡ଼ ଝଟ୍କା ଲାଗିଛି । ଏହି ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ପ୍ରକାରର ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଛନ୍ତି…

    Continue reading
    ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

    ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ