ଗର୍ଲଫ୍ରେଣ୍ଡ ସହ ଏପରି ଆରମ୍ଭ କରନ୍ତୁ ପ୍ରଥମ କଥାବାର୍ତ୍ତା

ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି । ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା । ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ । ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ । ଯଦି ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ପ୍ରଥମ କଥାବାର୍ତ୍ତା ମନଛୁଆଁ ହେବା ଦରକାର । ପ୍ରଥମ ସାକ୍ଷାତ ବା ଆଲୋଚନାକୁ ସହଜ ଓ ସ୍ମରଣୀୟ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏଇ ଟିପ୍ସ୍ ।

ଶୁଭେଚ୍ଛା ବା ପ୍ରଶଂସା କରି ମେସେଜ ଦିଅନ୍ତୁ
ଯଦି ଗାର୍ଲଫ୍ରେଣ୍ଡ ତୁମର ଗୁଡମର୍ଣ୍ଣିଂ ମେସେଜକୁ ପସନ୍ଦ କରୁଥାନ୍ତି ଏବଂ ଆପଣ ସେପରି ମେସେଜ ପଠାଉଥାନ୍ତି ତେବେ ଗୁଡମର୍ଣ୍ଣିଂ ସହ କିଛି ପ୍ରଶଂସା ବି କରନ୍ତୁ । ଯେମିତି ରାତିରେ ଭଲରେ ଶୋଇଥିଲେ କି ନାହିଁ ? ତେବେ ବାରମ୍ବାର ମେସେଜ ପଠାଇ ବିରକ୍ତ କରନ୍ତୁ ନାହିଁ । ବରଂ ସେପଟୁ ମେସେଜ ଆସିବା ପାଇଁ ଅପେକ୍ଷା କରନ୍ତୁ ।

ହାଲକା ଫୁଲକା ମେସେଜ ପଠାନ୍ତୁ

ହାଲକାଫୁଲକା ମଜାଳିଆ ମେସେଜ ପଠାଇ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତୁ । ଏପରି ମେସେଜ ବୁଷ୍ଟର ପରି କାମ କରିଥାଏ । ଯେମିତି କି, କାଲି ରାତିରେ ମୁଁ ତୁମକୁ ସ୍ୱପ୍ନରେ ଦେଖୁଥିଲି ବା ମୁଁ ତୁମକୁ ବହୁତ ମିସ୍ କରୁଛି ଇତ୍ୟାଦି । କଫି ପିଇବାକୁ ବାହାରକୁ ଯିବା ପାଇଁ ଅଫର ଦେଇ ପାରନ୍ତି । କିନ୍ତୁ ଗୋଟିଏ ସର୍ତ୍ତରେ ଏସବୁ କରିପାରିବେ ଯଦି ଅପରପକ୍ଷକୁ ଏପରି ମେସେଜ ଭଲ ଲାଗୁଥାଏ ।

ଉଭୟଙ୍କ ପସନ୍ଦର ବିଷୟ ଏବଂ ଲୋକଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ
ଯଦି ଉଭୟଙ୍କର କେହି ଜଣାଶୁଣା ବନ୍ଧୁ ଥାନ୍ତି କିମ୍ବା ଉଭୟଙ୍କର ସମାନ ଜିନିଷରେ ରୁଚି ଥାଏ ତେବେ ସେ ବିଷୟରେ ଆପଣ ଆଲୋଚନା କରିପାରନ୍ତି । ଏହାକୁ ଏକ ସୁଯୋଗ ଭାବେ ନେଇ ଆପଣ ଆଲୋଚନାକୁ ଆଗକୁ ବଢାଇ ପାରନ୍ତି ।

ସୁନ୍ଦର କିନ୍ତୁ ଯୁକ୍ତିଯୁକ୍ତ ମତାମତ ଦିଅନ୍ତୁ
ସବୁବେଳେ ଯୁକ୍ତିଯୁକ୍ତ କିନ୍ତୁ ମନକୁ ଛୁଇଁଲା ପରି ମତାମତ ଦିଅନ୍ତୁ । ଯଦି କୌଣସି ପାର୍ଟିରେ ଗର୍ଲଫ୍ରେଣ୍ଡ ସହ ଦେଖାହୁଏ ତେବେ ପ୍ରଶଂସା କରି ମତାମତ ଦିଅନ୍ତୁ । କିନ୍ତୁ ମନେ ରଖନ୍ତୁ, ଅପମାନିତ ହେଲା ପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ନିଆରା ଷ୍ଟାଇଲରେ ନିଜକୁ ପରିବେଷଣ କରନ୍ତୁ
ସାମ୍ନାରେ ଥିବା ସାଙ୍ଗଙ୍କର ପରିଚୟ ବୁଝିବା ପରେ ନିଜକୁ କ’ଣ ଭଲ ଲାଗେ ଗର୍ଲଫ୍ରେଣ୍ଡଙ୍କ ଆଗରେ କୁହନ୍ତୁ ଏବଂ ତାଙ୍କର କ’ଣ ହବି ସେ ବିଷୟରେ ପଚାରି ବୁଝନ୍ତୁ ।

ଦିନ କିପରି କଟିଲା ପଚାରନ୍ତୁ
ଆଜି ତୁମର ଦିନ କେମିତି ଥିଲା ? ଏମିତି ପ୍ରଶ୍ନ ଦ୍ୱାରା ଆପଣ ଗର୍ଲଫ୍ରେଣ୍ଡଙ୍କ ସହ କଥାବାର୍ତ୍ତା ଆରମ୍ଭ କରିପାରନ୍ତି । ଯଦି ସେ ଏହାକୁ ପଢି ଉତ୍ତର ଦେଲେ ତେବେ ଅନ୍ୟ ପ୍ରଶ୍ନ ପଚାରି କଥାକୁ ଆଗେଇ ନେଇ ପାରିବେ । ଯେମିତି କ’ଣ କରୁଛ ? ଆଜି କିଛି ସ୍ପେଶାଲ ପ୍ରୋଗ୍ରାମ ଅଛି କି?

ମତାମତ ଏବଂ ପରାମର୍ଶ ମାଗନ୍ତୁ
ଆପଣ ପସନ୍ଦ କରୁଥିବା ଝିଅଙ୍କୁ ବେଳେବେଳେ କୌଣସି ପ୍ରସଙ୍ଗରେ ମତାମତ ମାଗନ୍ତୁ । ଏପରିକି କୌଣସି ନିଷ୍ପତ୍ତି ନେବାବେଳେ ବି ତାଙ୍କର ପରାମର୍ଶ ନିଅନ୍ତୁ । ଏପରି କରିବା ଦ୍ୱାରା ତାଙ୍କର ଧାରଣା ହେବ ଯେ, ଆପଣ ତାଙ୍କୁ ପ୍ରକୃତରେ ଗୁରୁତ୍ୱ ଦେଉଛନ୍ତି ।ଏପରି ଆଲୋଚନା ମାଧ୍ୟମରେ ଆପଣ ସମ୍ପର୍କକୁ ଆଗକୁ ବଢାଇ ପାରିବେ ଏବଂ ନିଜର ମନ କଥାକୁ ବି ଜଣାଇ ପାରବେ । ଏଥିସହ ଗର୍ଲଫ୍ରେଣ୍ଡ ତୁମର ସେଣ୍ଟିମେଣ୍ଟକୁ ସେପରି ଭାବେ ଗ୍ରହଣ କରୁଛନ୍ତି କି ନାହିଁ ତାହା ମଧ୍ୟ ଜାଣି ପାରିବ ।

  • Related Posts

    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading
    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ