ଗୁଗୁଲ ଉପରେ ୨.୯ ବିଲିୟନ ଡଲାର ଜରିମାନା ଲଗାଇଲା ୟୁରୋପ ଟେକ୍ କମ୍ପାନୀ , ଟ୍ରମ୍ପଙ୍କ ଧମକ

ୱାଶିଂଟନ,07।09: ୟୁରୋପ ଟେକ୍ କମ୍ପାନୀ ଗୁଗୁଲ ଉପରେ ୨.୯ ବିଲିୟନ ଡଲାର (ପ୍ରାୟ ୨୯ ହଜାର କୋଟି ଟଙ୍କା) ଜରିମାନା ଲଗାଇଛି। ୟୁରୋପୀୟ କମିଶନ ଗୁଗୁଲ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। ଡିଜିଟାଲ୍ ବିଜ୍ଞାପନ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ପାଇଁ ୟୁରୋପୀୟ କମିଶନ ଗୁଗୁଲ୍ ଉପରେ ଏହି ଜରିମାନା ଲଗାଇଛି। ଅଭିଯୋଗ ହେଉଛି ଯେ ଗୁଗୁଲ୍ ତାର ସେବାକୁ ପ୍ରାଥମିକତା ଦେଇ ପ୍ରତିଯୋଗୀ ଏବଂ ଅନଲାଇନ୍ ପ୍ରକାଶକମାନଙ୍କ ସହିତ ଅନ୍ୟାୟ ଆଚରଣ କରେ ଏବଂ ବଜାରରେ ତାର କ୍ଷମତାର ଅପବ୍ୟବହାର କରେ। ଏହି ସମ୍ପୂର୍ଣ୍ଣ ମାମଲା ପୁଣି ଥରେ ଆମେରିକା ଏବଂ ୟୁରୋପ ମଧ୍ୟରେ ଟେକ୍ କମ୍ପାନୀଗୁଡ଼ିକୁ ନେଇ ଚାଲିଥିବା ବିବାଦକୁ ତେଜି ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରି କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ୟୁରୋପ ଦ୍ୱାରା ଗୁଗୁଲକୁ ୩.୫ ବିଲିୟନ ଡଲାର ଜରିମାନା ଆମେରିକୀୟ କମ୍ପାନୀ ଏବଂ ନିବେଶ ବିରୁଦ୍ଧରେ ଏକ ପକ୍ଷପାତପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନସ ଓ ଆମେରିକୀୟ କରଦାତାଙ୍କ ପ୍ରତି ଅନ୍ୟାୟ। ଟ୍ରମ୍ପ କହିଛନ୍ତି ଯେ କମ୍ପାନୀକୁ ଜରିମାନା କରାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ଏବଂ ସେ ଚେତାବନୀ ଦେଇଛନ୍ତି ଯେ ଯଦି ୟୁରୋପ ଏପରି କାର୍ଯ୍ୟ ବନ୍ଦ ନ କରେ, ତେବେ ତାଙ୍କ ସରକାର ଧାରା ୩୦୧ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଅନ୍ୟାୟ ଜରିମାନାକୁ ଚ୍ୟାଲେଞ୍ଜ କରାଯିବ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ