ବିହାର ବିଧାନସଭା ନିର୍ବାଚନ: ଲାଲୁଙ୍କ ରାଜଦ, କଂଗ୍ରେସ ଓ ଅନ୍ନ୍ୟାନ ବିରୋଧୀ ମେଣ୍ଟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଏଲଜେପି ସାମିଲ

ବିହାର ,07।09:ଯେତିକି ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ ସେତିକି ବଢିବାରେ ଲାଗିଛି ଜାତୀୟ ଦଳଗୁଡିକର ରାଜନୈତିକ ଉଷ୍ମତା। ବିରୋଧୀ ମେଣ୍ଟରେ ୬ଟି ଦଳ- ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ, ସିପିଆଇ-ଏମଏଲ, ସିପିଆଇ, ସିପିଏମ ଓ ଭିଆଇପି ରହିଥିଲେ। ଏବେ ଜେଏମଏମ ଓ ଏଲଜେପି (ପାରସ) ଏଥିରେ ସାମିଲ ହୋଇଛନ୍ତି। ଏତିକିବେଳେ ଉଭୟ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଶାସକ ମେଣ୍ଟରେ ଚିରାଗ ପାଶୱାନ, ଜିତେନ ରାମ ମାଞ୍ଝୀ ଓ ଉପେନ୍ଦ୍ର କୁଶୱା ଅଧିକ ସିଟ ମାଗୁଥିବାରୁ ସିଟ ଶେୟାରିଂ ଅଙ୍କ ଛିଡ଼ୁ ନାହିଁ। ଏସବୁ ଭିତରେ ବିରୋଧୀ ମେଣ୍ଟରେ ଆଉ ଦୁଇ ଦଳ- ହେମନ୍ତ ସୋରେନଙ୍କ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ପଶୁପତି ପାରସଙ୍କ ନେତୃତ୍ୱାଧୀନ ଏଲଜେପି ସାମିଲ ହୋଇଛନ୍ତି। କଂଗ୍ରେସ ଓ ସିପିଆଇ-ଏମଏଲ ପକ୍ଷରୁ ଅଧିକ ସିଟ ଦାବି କରାଯାଉଥିବା ବେଳେ ଆଉ ଦୁଇ ଦଳ ସାମିଲ ହେବା ସ୍ଥିତିକୁ ଆହୁରି ରୋଚକ କରିଛି। ଏମାନେ କେମିତି ସିଟ ଶେୟାରିଂ ଫର୍ମୁଲା ପ୍ରସ୍ତୁତ କରି ସମସ୍ତଙ୍କୁ ସନ୍ତୁଷ୍ଟ କରୁଛନ୍ତି, ତା’ ଉପରେ ଏବେ ନଜର ରହିଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ