
ଦେବଗଡ: ଚିନ୍ମୟ ବିଦ୍ଯାଳୟର ପ୍ରଥମ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ହରପ୍ରସାଦ ନନ୍ଦଙ୍କ ପଞ୍ଚମଶ୍ରାଦ୍ଧ ଦିବସ ଅବସରରେ ଶ୍ରେଷ୍ଠ ଛାତ୍ରୀଙ୍କୁ ସ୍ବର୍ଗତ ନନ୍ଦଙ୍କ ସ୍ମୃତି ଉଦେଶ୍ୟରେ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଚିନ୍ମୟ ବିଦ୍ଯାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାମୀ ନିଲିପ୍ତା ନନ୍ଦ ସରସ୍ୱତୀ , ପରିଚାଳନା କମିଟିର ସଦସ୍ୟ ଅଶୋକ ଦେବ ସ୍ବର୍ଗତ ନନ୍ଦ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଚିନ୍ମୟ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଶ୍ରଦ୍ଧା ସୁମନ ପ୍ରଧାନଙ୍କୁ ସ୍ଵାମୀ ନିଲିପ୍ତା ନନ୍ଦଜୀ ମାନପତ୍ର ,ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଭୟସାହୁଙ୍କ ଅଧକ୍ଷତା ଓ ଶିକ୍ଷୟତ୍ରୀ ଜ୍ୟୋସ୍ନା ଦେବୀଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମ୍ପାଦକ ପ୍ରଭୁଦତ ମିଶ୍ର, ସଦସ୍ୟ ଗୋପବନ୍ଧୁ ପ୍ରଧାନ, ଜଗବନ୍ଧୁ ଶତପଥୀ , ରାମ ମହାପାତ୍ର, ଜୟନ୍ତ ସାହୁ , ଭୋଳନାଥ ଦାଶ ,ହରେ କୃଷ୍ଣ ସାହୁ ,ଅଜିତ ମୋଦୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


