ଛୁରୀ ଭୁଶି ଯୁବକକୁ ହତ୍ୟା ଅଭିଯୋଗ

ଦେବଗଡ଼:ଦେବଗଡ ଥାନାଚଂଳର ଗୁଣ୍ଡୁରିପୋଷି କଲୋନୀ ସାହିର ପପୁ ସାହୁ(୨୯)କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ନେଇ ଗତକାଲି ରାତି‌ରେଦେବଗଡ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ,ଗତକାଲି ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରୁ ଚିତ୍କାର କରି ପପୁ ଗାଁ ଭିତର ରାସ୍ତାକୁ ଆସିଥିଲେ।ଚେତାଶୂନ୍ୟ ହୋଇ ରାସ୍ତା ଉପରେ ସେ ପଡିଯିବା ପରେ ତାଙ୍କ ଜଙ୍ଘରୁ ପ୍ରବଳ ରକ୍ତସ୍ରାବ ହେଉଥିବା ତାଙ୍କ ବାପା ଏବଂ ସ୍ଥାନୀୟ କିଛି ଲୋକ ଦେଖିବାକୁ ପାଇଥିଲେ।ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁରେ ପାନୀୟ ଜଳ ଯୋଗାଣକୁ ନେଇ ଘଟଣାର ପୂର୍ବ ଦିନ ପପୁଙ୍କ ସହିତ କେତେଜଣ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ମୃତକଙ୍କ ବାପା ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହତ୍ୟାର କାରଣ କିଛି ସ୍ପଷ୍ଟ ହୋଇନଥିବା ବେଳେ ସାଇଣ୍ଟିଫିକ ଟିମ ଆସିଲା ପରେ ଘଟଣାର ଅଧିକ ତଦନ୍ତ କରାଯିବ ପୁଲିସ କହିଛି।

  • Related Posts

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…

    Continue reading
    ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ମୂଲ୍ୟବାନ ପ୍ଲଟ, ୨ ଫାର୍ମ ହାଉସ ଠାବ

    ଜୟପୁର : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ