
ଦେବଗଡ଼:ଦେବଗଡ଼ ଜିଲ୍ଲାରେ ତିନିମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା,ବିକଳାଙ୍ଗ ଭତ୍ତା,ବିଧବା ଭତ୍ତା ସମେତ ଅନ୍ୟାନ୍ୟ ଭତ୍ତା ପ୍ରଦାନ ବନ୍ଦ ରହିଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସଏସଓ)ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ,ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ,ଜିତେନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା,ସୁଶୀଲ ମାଝୀ,ସନ୍ତୋଷ ଉଦାବରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ଭତ୍ତା ନପାଇବା ଯୋଗୁଁ ସମସ୍ତ ହିତାଧିକାରୀ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।ତେବେ ହିତାଧିକାରୀମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

