ଜାନୁଆରୀରୁ ବିଭିନ୍ନ ଟ୍ରେନର ଗୁଡିକର ଶ୍ରେଣୀରେ ପରିବର୍ତ୍ତନ

ସମ୍ବଲପୁର: ଆଗାମୀ ଜାନୁଆରୀ ୨୦୨୭ରୁ ପୁର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଟ୍ରେନ ଗୁଡିକ‌ର ନମ୍ୱର ଓଶ୍ରେଣୀରେ ପରିବର୍ତ୍ତନ କରାଯିବ । ସୁପରଫାଷ୍ଟ ଶ୍ରେଣୀରୁ ମେଲ୍‌/ଏକ୍ସପ୍ରେସ୍ ଶ୍ରେଣୀକୁ ପରିବର୍ତ୍ତନ କରାଯାଉଛି ବୋଲି ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି । ଏହି କ୍ରମରେ ଟ୍ରେନ ନମ୍ୱର ୨୨୮୬୧ ହାୱଡ଼ା–କଌକ୍ଷଗ୍ଧ;ାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୮୦୭୩ ସହ ଚଳାଚଳ କରିବ ଏବଂ ଟ୍ରେନ୍ ନମ୍ୱର ୨୨୮୬୨ କଌକ୍ଷଗ୍ଧ;ାବାଞ୍ଜି–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୮୦୭୪ ହେବ । ଏହି ପରିବର୍ତ୍ତନ ୧ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ସେହିପରି, ଟ୍ରେନ ନମ୍ୱର ୧୨୮୭୧ ହାୱଡ଼ା–ଜୁନାଗଡ଼ ରୋଡ ଇସ୍ପାତ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୮୦୭୧ ହେବ ଏବଂ ଏହା ୨ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଅନ୍ୟ ପକ୍ଷରେ, ଟ୍ରେନ ନମ୍ୱର ୧୨୮୭୨ ଜୁନାଗଡ଼ ରୋଡ୍‌–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୮୦୭୨ ହେବ ଏବଂ ଏହା ୩ ଜାନୁଆରୀ ୩ ୨୦୨୭ରୁ
ଲାଗୁ ହେବ । ଟ୍ରେନ୍ ନମ୍ୱର ୨୨୬୪୩ ଏର୍ଣ୍ଣାକୁଲମ–ପାଟନା ଏକ୍ସପ୍ରେସ‌ର ନୂତନ ନମ୍ୱର ୧୬୩୫୯ ହେବ ଏବଂ ଏହା ୪ ଜାନୁଆରୀ ୪ ୨୦୨୭ରୁ କାର୍ଯ୍ୟକାରୀ ହେବ । ସେହିପରି, ଟ୍ରେନ ନମ୍ୱର ୨୨୬୪୪ ପାଟନା–ଏର୍ଣ୍ଣାକୁଲମ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୬୩୬୦ ହେବ ଏବଂ ଏହା ୧ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ଏହା ବ୍ୟତୀତ, ଟ୍ରେନ୍ ନମ୍ୱର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ସୁପରଫାଷ୍ଟ ଏକ୍ସପ୍ରେସ‌ର ନୂତନ ନମ୍ୱର ୧୮୪୧୧ ଏବଂ ଟ୍ରେନ ନମ୍ୱର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ‌ର ନୂତନ ନମ୍ୱର ୧୮୪୧୨ ହେବ । ଏହି ପରିବର୍ତ୍ତନ ୬ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଟ୍ରେନ ନମ୍ୱର ୨୨୮୮୩ ପୁରୀ–ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ ର ନୂତନ ନମ୍ୱର ୧୮୪୨୯ ହେବ ଏବଂ ଏହା ୮ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ସେହିପରି, ଟ୍ରେନ ନମ୍ୱର ୨୨୮୮୪ ଯଶବନ୍ତପୁର–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ‌ର ନୂତନ ନମ୍ୱର୧୮୪୩୦ ହେବ ଏବଂ ଏହା ୯ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଟ୍ରେନ ନମ୍ୱର ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍‌‌ର ନୂତନ ନମ୍ୱର ୧୮୫୧୩ ହେବ ଏବଂ ଏହା ୫ ଜାନୁଆରୀ ୨୦୨୭ରୁ ଲାଗୁ ହେବ । ଟ୍ରେନ ନମ୍ୱର ୨୦୮୦୮ ଅମୃତସର–ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସର ନୂତନ ନମ୍ୱର ୧୮୫୧୪ ହେବ ଏବଂ ଏହା ୯ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ । ଏଣୁ ଯାତ୍ରୀ ମାନଙ୍କୁ ପରିବର୍ତ୍ତିତ ଟ୍ରେନ ନମ୍ୱର ସମ୍ପର୍କରେ ଅବଗତ ହୋଇ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ରେଳବାଇ ପକ୍ଷରୁ ଦିଆଯାଇଛି ।

  • Related Posts

    ଆମ ବସ୍‌ରେ ଅଗ୍ନିକାଣ୍ଡ

    ଫୁଲନଖରା: ଆମ ବସ୍ ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ଯାତ୍ରୀ। କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍ ଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ। ଭୁବନେଶ୍ୱରରୁ ଅଡ଼ଶପୁର କଲେଜ ଅଭିମୁଖେ ଯାଉଥିବା ଆମ ବସ୍ ଟି ବସ୍…

    Continue reading
    ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ଗିରଫ

    ବାଲେଶ୍ୱର: ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସେ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି