ଦେବଗଡ଼,୧୭/୦୫/୨୦୨୬:ଆଜି ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ଠାରେ ଚାକିରି ରୁ ଅବସର ଗ୍ରହଣ କରିଥିବା ଶ୍ରୀ ହରିହର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଅରୁଣ କୁମାର ଗଡନାୟକ ଓ ଆଗାମୀ ଦିନରେ ଅବସର ଗ୍ରହଣ କରିବାକୁ ଥିବା ଶ୍ରୀ ହୃଦାନନ୍ଦ ନାୟକ ଓ ଶ୍ରୀ ଅଦିତ୍ କୁମାର ନନ୍ଦ ଙ୍କୁ ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ର ଅମଲା ସଂଘ ତରଫରୁ ଅବସରକାଳୀନ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା।ତିଳେଇବଣି ଗୋଷ୍ଠୀ ଶିକ୍ଷା ବିଭାଗୀୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ସୌଭାଗ୍ୟ ପ୍ରଧାନ, ବରିଷ୍ଠ ସହାୟକ ଧନେଶ୍ୱର ପ୍ରଧାନ, ତ୍ରୈଲୋକ୍ୟନାଥ ବିଶ୍ୱାଳ ଓ ଅନ୍ୟ ସଭ୍ୟ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ସଦସ୍ୟ ଶ୍ରୀ ପ୍ରଭାସ ଚନ୍ଦ୍ର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ବିଭାଗ ର ଶ୍ରୀ ଚିନ୍ମୟ ବେହେରା, ଶ୍ରୀଧର ବେହେରା, ଯଜ୍ଞଦତ୍ତ ନନ୍ଦ, ମିତ୍ରଭାନୁ ପ୍ରଧାନ , ସରିତା ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ତିଳେଇବଣି ବ୍ଲକ ସୁଗୁଡା କ୍ଲଷ୍ଟର ଗୁଣ୍ଡୁରିପୋଷି ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ସିଆରସିସି ପ୍ରାଣବନ୍ଧୁ ଘଡେଇ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି…




