ଦେବଗଡ଼ରେ ଆର୍ଟ ଅଫ ଗିଭିଙ୍ଗର ତ୍ରୟୋଦଶତମ ବାର୍ଷିକ ଉତ୍ସବ

ଦେବଗଡ଼:ସାମ୍ପ୍ରତିକ ସମାଜରେ ପରସ୍ପର ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ରେ ସୁସମ୍ପର୍କ ସହ ନିସ୍ଵାର୍ଥପର ଦାନ ମାଧ୍ୟମରେ ପରସ୍ପରକୁ ସହଯୋଗ କରିବା ଲକ୍ଷ୍ୟରେ କିସ ଓ କିଟ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ଆର୍ଟ ଅଫ ଗିଭିଙ୍ଗ”କାର୍ଯ୍ୟକ୍ରମ ର ଆଜି ତ୍ରୟୋଦଶ ତମ ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ସେଣ୍ଟର ଫର କଲଚର ଠାରେ ପାଳିତ ହୋଇଯାଇଛି l କଲିଙ୍ଗ ଟିଭି ର ଜିଲ୍ଲା ପ୍ରତିନିଧି ଅନୁଜ କୁମାର ପ୍ରଧାନଙ୍କ ତତ୍ୱାବଧାନ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଧୀରଜ ଚୋପଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ,ଆପ୍ରାଇଜ ଏଜୁକେଶନାଲ ଇଂଷ୍ଟିଚ୍ୟୁଟ ର ନିର୍ଦେଶକ ଶରତ ଚନ୍ଦ୍ର ବେହେରା, ଓ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ଦେବାର କଳା ସମ୍ପର୍କରେ ନିଜନିଜ ବକ୍ତବ୍ୟ ଉପସ୍ଥାପନ କରିବା ସହ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଛାତ୍ର, ସ୍ବେଛାସେବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜାନ ସୁତାରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବାରକୋଟ ବ୍ଳକର କଲା ଭଲିବଲ ଦଳ ଓ ରିଆମାଳ ବ୍ଳକର ଆଉଁଳି ଭଲିବଲ ଦଳକୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ସୁଗୁଡା ସିଆରସିସି ପ୍ରାଣବନ୍ଧୁ ଘଡେଇ ପରିଚାଳନା କରିଥିଲେ

  • Related Posts

    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ