ଜେଏସପିକୁ ମିଳିଲାନି ଗୋଟିଏ ବି ସିଟ୍

ପାଟଣା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଖାସ୍ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସବୁଠାରୁ ମଜଭୁତ ପ୍ରାର୍ଥୀ ମଧ୍ୟ କାହାକୁ ଟକ୍କର ଦେଇପାରିନାହାଁନ୍ତି। ବିଧାନସଭା ଉପନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିଥିବା ପ୍ରଶାନ୍ତ କିଶୋରଙ୍କ ଜଣେ ପ୍ରାର୍ଥୀ ମଧ୍ୟ କାହାକୁ ଚାଲେଞ୍ଜ ଦେଇପାରିନାହାଁନ୍ତି।

ପ୍ରଶାନ୍ତ କିଶୋର ନିର୍ବାଚନ ପ୍ରଚାର ସମୟରେ ଗଣମାଧ୍ୟମ ଆଗରେ ଦାବି କରିଥିଲେ ଯେ ଯଦି ଜନତା ଦଳ ୟୁନାଇଟେଡକୁ ୨୫ ସିଟ୍ ମିଳେ ତେବେ ସେ ସନ୍ୟାସ ନେଇଯିବେ। ସେ କହିଥିଲେ କି ଯଦି ତାଙ୍କ ପାର୍ଟି କ୍ଷମତାକୁ ଆସେ ତଥାପି ମଧ୍ୟ ଜେଡିୟୁକୁ ୨୫ ସିଟରୁ ଅଧିକ ମିଳେ ତେବେ ସେ ସନ୍ୟାସ ନେଇଯିବେ। ତେବେ ରାଜନୀତିରେ କିଛି ବି ହୋଇପାରେ। ଦଳକୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଆସନ ମିଳିପାରିନି। ନିର୍ବାଚନ ପୂର୍ବ ଦିନ ଦଳର ଅନେକ ପ୍ରାର୍ଥୀ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ କାହିଁକି ଦଳ ଏପରି ଖରାପ ପ୍ରଦର୍ଶନ କଲା ସେନେଇ ପ୍ରଶାନ୍ତଙ୍କୁ ସମୀକ୍ଷା କରିବା ଉଚିତ୍।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ