bjp focus on gen-z ଜେନ ଜିଙ୍କୁ ସାଙ୍ଗରେ ଧରି ଆଗେଇବ ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜେନ୍-ଜିଙ୍କୁ ନେଇ ଚର୍ଚ୍ଚା ଜୋର । ସବୁ ରାଜନୈତିକ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଗୋଟିଏ ପାଦ ଆଗକୁ ଯାଇ ବିଜେପି ସପକ୍ଷରେ ଜେନ-ଜି କିଭଳି ରହିବେ ତାକୁ ନେଇ କରିଛନ୍ତି ରଣନୀତି l ‘ଜେନ୍ ଜି’ର ନିକଟତର ହେବାକୁ ବିଜେପିର ନୂଆ ଫର୍ମୁଲା । ବିକଶିତ ଭାରତର ସ୍ବପ୍ନ ପ୍ରସଙ୍ଗରେ ସ୍କୁଲରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ କରିବ ବିଜେପି ।
ପ୍ରତି ଜିଲ୍ଲାରେ ଆୟୋଜନ ହେବ ‘ସେବା ଜ୍ୟୋତି ଅଭିଯାନ’ କାର୍ଯ୍ୟକ୍ରମ, ଜଟିଳ ସମସ୍ୟା ଥିବା ସ୍ଥାନରେ ସଲ୍ୟୁସନ ସେଣ୍ଟ୍ରିକ୍ ହାକାଥାନ ଆୟୋଜନ କରିବାକୁ ଖସଡ଼ା ପ୍ରସ୍ତୁତ କରିଛି ଦଳ l ଦିଲ୍ଲୀରେ ବୈଠକରେ ଜେନ-ଜିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଥିବାବେଳେ ରାଜ୍ୟରେ ପ୍ଲାନକୁ ଗ୍ରାଉଣ୍ଡକୁ ଆଣିବେ ବିଜେପି ଯୁବମୋର୍ଚ୍ଚା l
ଜେନ-ଜିଙ୍କ ପାଇଁ ବିଜେପିର ମେଗା ପ୍ଲାନ l ଦେଶର ଯୁବପିଢ଼ି ଜେନ୍ ଜିଙ୍କ ସହିତ ନିଜର ସମ୍ପର୍କ ଦୃଢ଼ କରିବାକୁ ବିଜେପି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି l ଗତ ଶନିବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ 65 ସଦସ୍ୟ ବିଶିଷ୍ଟ ନୂଆ ରାଷ୍ଟ୍ରୀୟ ଟିମ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜେନ-ଜିଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଗଠନ କରିଛି l ଏହି ଟିମ୍ ‘ଯୁବ ସମ୍ବାଦ’ ଅଭିଯାନ ଜରିଆରେ 14ରୁ 25 ବର୍ଷୀୟ ଯୁବବର୍ଗଙ୍କ ସହ ଯୋଡ଼ିହେବ l ରାଜ୍ୟରେ ଏହାର ମଙ୍ଗ ଧରିବ ବିଜେପି ଯୁବ ମୋର୍ଚ୍ଚା l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବବର୍ଗଙ୍କ ଉଦେଶ୍ୟରେ ବାର୍ତ୍ତାକୁ ସ୍କୁଲରୁ ନେଇ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଯିବ l ବିକଶିତ ଭାରତର ସ୍ବପ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯିବ l ଜେନ-ଜିଙ୍କ ମଧ୍ୟରେ ଇଣ୍ଡିଆ 2047 କନସେପ୍ଟ କଣ ଅଛି, ତାହାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯିବ l ପ୍ରତି ଜିଲ୍ଲାରେ ଆୟୋଜନ ହେବ ସେବା ଜ୍ୟୋତି ଅଭିଯାନ କାର୍ଯ୍ୟକ୍ରମ l ଯୁବ ବର୍ଗଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ କରିବା ହେବ ମୁଖ୍ୟ ଉଦେଶ୍ୟ l ଜିଲ୍ଲାର ସମସ୍ତ ଯୁବ ବର୍ଗଙ୍କୁ ଗୋଟିଏ ସ୍ଥାନରେ ସମସ୍ତେ ଏକତ୍ରିତ କରାଇ ସେବା କାର୍ଯ୍ୟରେ ନିୟୋଜିତ କରିବା ରହିଛି ଲକ୍ଷ୍ୟ l ସେହି ଛକକୁ ସେବା ଜ୍ୟୋତି ଛକ ନାମରେ ତାହାକୁ ନାମିତ କରାଯିବ l ରାଜ୍ୟରେ ଜଟିଳ ସମସ୍ୟା ଥିବା ସ୍ଥାନରେ ସଲ୍ୟୁସନ ସେଣ୍ଟ୍ରିକ୍ ହାକାଥାନ ଆୟୋଜନ କରାଯିବ l ଯେଉଁ ଜାଗାରେ କିଛି ଜଟିଳ ସମସ୍ୟା ଥିବ, ସେହି ସ୍ଥାନରେ ଆଇଆଇଟି, ଏନଆଇଟି ଆଇଆଇଏମର ଛାତ୍ରଛାତ୍ରୀଙ୍କୁ ଡକାଯାଇ ପରମାନେଣ୍ଟ୍ ସଲ୍ୟୁସନ କଢ଼ାଯିବ ବୋଲି ସୂଚନା ଦେଇଛି ଦଳ l

ବିଜେପି ଯୁବବର୍ଗଙ୍କ ସହିତ ଆଲୋଚନା ଜରିଆରେ ସେମାନଙ୍କ ବିଚାରଧାରା, ବିଭିନ୍ନ ସମସ୍ୟା ଏବଂ ଆକାଂକ୍ଷାକୁ ବୁଝିବାକୁ ଉଦ୍ୟମ କରିବ l ଯୁବ ଭୋଟରଙ୍କୁ ଓ ପ୍ରଥମ ଥର ଭୋଟ ଦେବାକୁ ଥିବା ନାଗରିକଙ୍କ ସହିତ କଥାବାର୍ତ୍ତା, ଚର୍ଚା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବ l ବିଭିନ୍ନ ଅଭିଯାନ ମାଧ୍ୟମରେ ନିଯୁକ୍ତି, ବୈଷୟିକ ଜ୍ଞାନ, ଷ୍ଟାର୍ଟଅପ୍ ଓ ଶିକ୍ଷା ପରି ପ୍ରସଙ୍ଗରେ ଯୁବପିଢ଼ିଙ୍କ ବିଚାରକୁ ନିଜ ଏଜେଣ୍ଡାରେ ସାମିଲ କରିବ l ଆଗାମୀ ପଂଚାୟତ ପୌର ନିର୍ବାଚନ ପୂର୍ବରୁ ନୂଆ ଓ ଯୁବ ଭୋଟରଙ୍କ ମଧ୍ୟରେ ନିଜ ଦଳର ସ୍ଥିତିକୁ ମଜଭୁତ କରିବା ହେବ ମୁଖ୍ୟ ଉଦେଶ୍ୟ ବୋଲି ସୂଚନା ଦେଇଛି ଦଳ l

ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, “ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ସୁଦ୍ଧା ଭାରତରେ ଜେନ୍ ଜି ଭୋଟରଙ୍କ ସଂଖ୍ୟା ପ୍ରାୟ ୩୮ କୋଟି ଛୁଇଁବ, ଯାହା ସେମାନଙ୍କୁ ଦେଶର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କରେ ପରିଣତ କରିବ l ସେହିପରି ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ଅଂଶ ଯୁବବର୍ଗ l ରାଜ୍ୟରେ ପ୍ରାୟ ଦେଢ଼ କୋଟି ଜେନ-ଜିଙ୍କୁ ନେଇ ଏବେଠୁ ଯୋଜନା ପ୍ରସ୍ତୁତ କରୁଛି ଦଳ l”

  • Related Posts

    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading
    bjd target bjp over mmdr ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି:ବିଜେଡି

    ଭୁବନେଶ୍ୱର,: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ସଂସଦରେ ପାରିତ ହେବା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ । ତେବେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଏ ବାବଦରେ ସଂସଦରେ ମୁଁହ ଖୋଲିଲେ ନାହିଁ । ଏନେଇ ବିଜୁ ଜନତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ