ଜୟନାରାୟଣଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି । ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି ଥାନା ପୋଡ଼ିଦେବା ଓ ସମସ୍ତଙ୍କୁ ମାରିବାକୁ ଧମକ ଦେଇଥିବା ନେଇ ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର ପ୍ଲେନ୍‌ ପେପର୍‌ ଏଫ୍‌ଆଇଆର୍‌ ଦେଇଛନ୍ତି ।
ହନୁମାନ ଜୟନ୍ତୀ ପୂର୍ବରୁ ବୁଧବାର ସନ୍ଧ୍ୟାରେ ବିନା ଅନୁମତିରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ । ଏହାର ଭିଡିଓ ରେକର୍ଡିଂ କରିବା ସହ ସ୍ଥାନୀୟ ଲୋକେ ଏନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଭିଡିଓ ପ୍ରମାଣ ଆଧାରରେ ପୋଲିସ ଖଣ୍ଡା ଜବତ କରିବା ସହ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏହି ଘଟଣାକୁ ନେଇ ପୋଲିସକୁ ଜୟନାରାୟଣ ମିଶ୍ର ଧମକ ଦେଇଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ମଧ୍ୟ ଜୟନାରାୟଣ ମିଶ୍ର ଅଇଁଠାପାଲି ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଥିବାର ଦେଖିବାକୁ ମିଳିଥିଲା । ବାରମ୍ବାର ଜୟନାରାୟଣ ଭୁଲ ଦୋହରାଉଥିବାର ଦେଖିବାକୁ ମିଳୁଛି । ନିକଟରେ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରିଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ସମସ୍ତେ ଛିଡ଼ା ହୋଇଥିବା ବେଳେ ସେ କିନ୍ତୁ ବସି ରହିଥିଲେ । ସମାନ ଭୁଲ ତାଙ୍କ ଝିଅ ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ