ଝୁଲନ୍ତା ଅବସ୍ଥାରେ ୪ମୃତଦେହ ଉଦ୍ଧାର

ବରଗଡ଼: ଝୁଲନ୍ତା ଅବସ୍ଥାରେ ୪ମୃତଦେହ ଉଦ୍ଧାର। ବରଗଡ଼ରେ ଘଟିଛି ଏଭଳି ଘଟଣା। ବରଗଡ଼ର ଅତାବିରାରେ ଘଟିଥିବା ୨ଟି ଭିନ୍ନ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୋଟିଏ ପଟେ ବୃଦ୍ଧ ଦମ୍ପତି ଜୀବନ ହାରିଥିବା ବେଳେ ଅନ୍ୟପଟେ ପ୍ରେମୀ ଯୁଗଳ ଜୀବନ ହାରିଛନ୍ତି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବେକରେ ଦଉଡ଼ି ଲଗାଇ ବୃଦ୍ଧ ଦମ୍ପତ୍ତି ଜୀବନ ହାରିଛନ୍ତି। ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତର ଗଞ୍ଜିହା ଟିକ୍ରାରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ କିରତି ପଧାନ ଓ ୬୫ ବର୍ଷୀୟା ଶାନ୍ତି ପଧାନ। ଉଭୟ କୌଣସି କାରଣକୁ ନେଇ ମାନସିକ ଚାପରେ ଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି।

ଅନ୍ୟପଟେ ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କ ବେକରେ ରଶି ଲଗାଇ ଜୀବନ ହାରିଥିବା ଖବର ମିଳିଛି। ଘଟଣାଟି ଗୁରୁବାର ଘଟିଥିବା ବେଳେ ଏବେ ଏହା ଚର୍ଚ୍ଚାରେ ରହିଛି।ପୁଲିସର ସୂଚନା ଅନୁସାରେ, କୁମଲେସିଂହ ଶବରପଡ଼ାର ହିମାଂଶୁ ଭୁଏ(୪୧) ଓ ବଗର୍ତ୍ତୀଟିକ୍ରାର ମିନତି(୩୫, ଛଦ୍ମନାମ) ଉଭୟ ବିବାହିତ ଥିଲେ। ଏହା ସତ୍ତ୍ବେ ବି ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ପରିବାର ଲୋକେ ଏହା ବିଷୟରେ ଜାଣିବା ପରେ ସେଥିରୁ ନିବୃତ୍ତ ରହିବାକୁ କହିଆସୁଥିଲେ। କିନ୍ତୁ ଉଭୟେ କାହା କଥାକୁ ଖାତିର ନକରି ପ୍ରେମ ସମ୍ପର୍କ ରଖିଥିଲେ। ସପ୍ତାହେ ପୂର୍ବରୁ ଉଭୟ ଘର ଛାଡ଼ି ଚାଲିଯାଇଥିବା ବେଳେ ଗୁରୁବାର ସେମାନଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ବଗର୍ତ୍ତୀଟିକ୍ରା ନିକଟ ପୋଟଳ ବାଡ଼ିରେ ଥିବା ଆମ୍ବଗଛରେ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ