ଟଳିଲା ମହାନଦୀରେ ବନ୍ୟା ଆଶଙ୍କା, ଜଳସ୍ତର ଦ୍ରୁତ ଗତିରେ ଖସିଛି

ଭୁବନେଶ୍ୱର : ଟଳିଲା ମହାନଦୀରେ ବନ୍ୟା ଆଶଙ୍କା। ଜଳସ୍ତର ଦ୍ରୁତ ଗତିରେ ଖସିଛି । ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୫.୫୯ ଲକ୍ଷ ଘନଫୁଟ (କ୍ୟୁସେକ) ପାଣି ଚାଲିଥିଲା । ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା ।
ହୀରାକୁଦ ଆଉ ଅଧିକ ଗେଟ୍‌ ଖୋଲିନି । ସେଇ ୨୨ଟି ଗେଟ ଦେଇ ପାଣି ଛଡ଼ାଯାଉଛି । ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ପ୍ରବାହ କମିଛି । ସକାଳ ୬ଟାରେ ୪ ଲକ୍ଷ ୧୫ ଘନଫୁଟ ପାଣି ପ୍ରବେଶ କରୁଥିଲା । କ୍ରମଶଃ ଏହା କମିବାରେ ଲାଗିଛି । ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି । ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡ଼ାଯାଉଛି । ହୀରାକୁଦ ଜଳସ୍ତର ୬୨୫.୨୧ ଫୁଟ ଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ୨୨ଟି ଗେଟ୍‌ ଦେଇ ଯେତିକି ପାଣି ଛଡ଼ାଯାଇଛି, ତାହା ମୁଣ୍ଡୁଳିରେ ପହଞ୍ଚିବାକୁ ୩୬ରୁ ୪୦ ଘଣ୍ଟା ସମୟ ଲାଗିଥାଏ । ତେଣୁ ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ସକାଳକୁ ଏହି ପାଣି ମୁଣ୍ଡୁଳିରେ ପହଞ୍ଚିବ । ବର୍ତ୍ତମାନ ଜଳସ୍ତର ପୂର୍ବାପେକ୍ଷା ବହୁ ପରିମାଣରେ କମିଥିବାରୁ ହୀରକୁଦ ପାଣି ପହଞ୍ଚିଲେ ମଧ୍ୟ ଆଉ କିଛି ସମସ୍ୟା ହେବନି । ଉପରମୁଣ୍ଡ ପାଣି ମିଶିଲେ ଅତି ବେଶିରେ ମୁଣ୍ଡୁଳିରେ ୬ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ପାଣି ଚାଲିପାରେ । ଜଳସମ୍ପଦ ବିଭାଗ ସର୍ବେ ର୍ାଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିଛି । ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ ଏସ୍‌ଓପି ଅନୁଯାୟୀ ଖାଲି କରାଯାଇ ଆଗାମୀଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି ।

ମହାନଦୀରେ ବନ୍ୟା ସଙ୍କଟ ଟଳିଥିଲେ ମଧ୍ୟ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି । କେତେକ ସ୍ଥାନରେ ପଛୁଆ ପାଣି ଠେଲି ହୋଇ ମାଡ଼ିଯାଇଛି ଚାଷ ଜମି ଓ ଗାଁକୁ । କଟକର ବାଙ୍କୀ, ତିଗିରିଆ, ଆଠଗଡ଼, ଜଗତସିଂହପୁରର କୁଜଙ୍ଗ, ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଲକର ତଳି ଅଞ୍ଚଳ, ପୁରୀର କଣାସ, ଖୋର୍ଦ୍ଧାର କେତେକ ଅଞ୍ଚଳରେ ପାଣି ପଶିଛି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ