ଟିଏମସି ଛାଡ଼ିଥିବା ନେତାଙ୍କୁ ଟିକେଟ ଦେଲା ବିଜେପି

ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟସଭା ସାଂସଦ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ ପ୍ରକାଶ ଚିକ ବଡ଼ାଇକଙ୍କୁ ପଶ୍ଚିମବଙ୍ଗରେ ଜୁଲାଇ ୨୪ ରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ଏହି ତିନି ନେତା ଦଳରେ ଯୋଗ ଦେବାର କିଛି ଦିନ ପରେ ବିଜେପି ଏହି ନିଷ୍ପତ୍ତି ନେଇଛି।ଗତ ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇ ଟିଏମସି ଛାଡ଼ିଥିବା ଏହି ତିନି ନେତାଙ୍କୁ, ସଲ୍ଟଲେକ୍ ସ୍ଥିତ ବିଜେପିର ପଶ୍ଚିମବଙ୍ଗ ମୁଖ୍ୟାଳୟରେ ରାଜ୍ୟ ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ।
ଗୁରୁବାର ଦିନର ପ୍ରାରମ୍ଭରେ, ଏହି ତିନିଜଣଙ୍କୁ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବ କି ନାହିଁ, ସେ ନେଇ ଭଟ୍ଟାଚାର୍ଯ୍ୟ ସ୍ପଷ୍ଟ କରିବାକୁ ମନା କରିଦେଇଥିଲେ। ସେ ସ୍ମିତହାସ୍ୟ ସହ କହିଥିଲେ, “ଆଲୋଚନା ଚାଲୁ ରହୁ।”
ଟିଏମସିର ନେତାମାନଙ୍କୁ ଦଳରେ ସାମିଲ ନ କରିବା ପାଇଁ ବିଜେପିର ପୂର୍ବ ଆଭିମୁଖ୍ୟ ସତ୍ତ୍ୱେ ଏହି ନେତାମାନଙ୍କୁ ଦଳରେ ସାମିଲ କରିବା ନିଷ୍ପତ୍ତିକୁ ସମର୍ଥନ କରି ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଏହା ଏକ “ବ୍ୟତିକ୍ରମ”।ସେ କହିଥିଲେ, ଆମେ କହିଥିଲୁ ଯେ ତୃଣମୂଳ ନେତାମାନଙ୍କ ପାଇଁ ଦ୍ୱାର ବନ୍ଦ ରହିଛି। ଆମେ ସେହି କଥାରେ କାଏମ ଅଛୁ। କିନ୍ତୁ ଯେଉଁମାନେ ଦୁର୍ନୀତିରେ ଲିପ୍ତ ନାହାନ୍ତି, ଲୋକଙ୍କୁ ଅତ୍ୟାଚାର କରିନାହାନ୍ତି, ଚାକିରି ବିକ୍ରି କରିନାହାନ୍ତି କିମ୍ବା ଲୋକଙ୍କ ଅଧିକାର ଛଡ଼ାଇ ନେଇନାହାନ୍ତି, ଟିଏମସି ବିରୋଧରେ ଲଢ଼େଇରେ ଆମ ସହ ସାମିଲ ହେବା ପାଇଁ ସେମାନଙ୍କୁ ସଦାସର୍ବଦା ସ୍ୱାଗତ। ଏହି ନିଷ୍ପତ୍ତି ଠିକ୍ ବୋଲି ଯୁକ୍ତି ବାଢ଼ି ସେ କହିଛନ୍ତି ଯେ ଏହି ତିନି ପୂର୍ବତନ ସାଂସଦଙ୍କ ଅଭିଜ୍ଞତା ପଶ୍ଚିମବଙ୍ଗରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ