ଟ୍ଵିଷା ଶର୍ମା ମୃତ୍ୟୁ ମାମଲା: ସିବିଆଇକୁ ନିରପେକ୍ଷ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋପାଳର ହାଇପ୍ରୋଫାଇଲ୍ ଟ୍ଵିଷା ଶର୍ମା ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି। ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ସିବିଆଇକୁ ନିରପେକ୍ଷ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ। ଏହା ସହ ଶାଶୁ ଗିରିବାଳାଙ୍କୁ ତୁରନ୍ତ ଜାମିନ ନେଇ ସିଜେଆଇ ପ୍ରଶ୍ନ କରିଛନ୍ତି। ତଦନ୍ତରେ ସହଯୋଗ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେତା ଏକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ପରିବାରକୁ ଠିକ୍ ସମୟରେ ନିଜ ଝିଅର ସାଥ୍ ଦେବା ଜରୁରୀ। କାରଣ ଝିଅ ଶବ ହେବା ଅପେକ୍ଷା ଛାଡ଼ପତ୍ର ନେଇ ସୁରକ୍ଷିତ ରହିବା କେଇ ଗୁଣରେ ଭଲ।

କୋର୍ଟ କହିଛନ୍ତି ଯେ, ଟ୍ଵିଷାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ହେଉ କିମ୍ଵା ଅପ୍ରାକୃତିକ, ତାହାର ତଦନ୍ତ ନିରପେକ୍ଷ ହେବା ଜରୁରୀ। ଗିରିବାଳା ଜଣେ ଅବସରପ୍ରାପ୍ତ ଜଜ ହୋଇଥିବାରୁ ତଦନ୍ତ ପ୍ରଭାବିତ ହେଉନଥିବା ସାଧାରଣ ଲୋକ ଭାବୁଛନ୍ତି। ତେଣୁ ଏହି ମାମଲାରେ ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବା ପ୍ରଶଂସନୀୟ। ଏହାଦ୍ଵାରା ବିନା କୌଣସି ବାଧାବିଘ୍ନରେ ତଦନ୍ତ ଆଗକୁ ବଢିବ। ତେବେ ଟ୍ଵିଷାଙ୍କ ଶାଶୁ ଗିରିବାଳା ଗଣମାଧ୍ୟମରେ ତାଙ୍କ ମୃତ ବୋହୂଙ୍କ ଚରିତ୍ର ସଂହାରକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସିଜେଆଇ କହିଛନ୍ତି ଯେ, ଏବେ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ଚାଲିଥିବା କଳ୍ପନାଜଳ୍ପନାକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। ତେଣୁ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତ ପରିବାରକୁ ଗଣମାଧ୍ୟମରେ କିମ୍ଵା ସାର୍ବଜନୀନ ମଞ୍ଚରେ ବୟାନ ନଦେବାକୁ କୋର୍ଟ ଅପିଲ୍ କରିଛନ୍ତି।

  • Related Posts

    ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

    ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

    Continue reading
    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ