ଡିଏମ୍‌ଏଫ୍ ଫଣ୍ଡରେ ଅନିୟମିତତା ଓ ଦୁର୍ନୀତି, ପର୍ଯ୍ୟଟନ ନାଁରେ କୋଟି କୋଟି ସ୍ୱାହା: ଡ.ତପନ ଚାନ୍ଦ

ଭୂବନେଶ୍ୱର: ଗତ ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ସିଏଜିଙ୍କର ୬ଟି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ଏହି ରିପୋର୍ଟରେ ପୂର୍ବତନ ବିଜେଡି ସରକାରଙ୍କ ସମୟରେ ବିଭିନ୍ନ ବିଭାଗରେ ବ୍ୟାପକ ଅନିୟମିତତା, ଆର୍ôଥକ ଅବ୍ୟବସ୍ଥା ତଥା ଦୁର୍ନୀତି ସାମ୍‌ନାକୁ ଆସିଛି। ଖଣି ଅଂଚଳର ବିକାଶର ଏକ ମୁଖ୍ୟ ଆଧାର ଭାବେ ଡିଏମ୍‌ଏଫ୍ ଫଣ୍ଡକୁ ସୁଦୃଢ଼ କରିବା ପରିବର୍ତେ ପୂର୍ବତନ ସରକାର ଏହାକୁ ତୃଣମୂଳସ୍ତରରେ ଦୁର୍ବଳ କରିଦେଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ସତ୍ୱେ ଅନିୟମିତତା ଓ ଅପରଗତା ଯୋଗୁ ଏହାର ବିକାଶ ବାଧାପ୍ରାପ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଦୁର୍ନୀତିର ଏକ ପାହାଡ଼ ଉପରେ ବିଜେଡି ନେତୃବୃନ୍ଦ ବସିଛନ୍ତି, ସିଏଜି ରିପୋର୍ଟ ସେହି ବାରୁଦ ଗଦାରେ ନିଆଁ ଲଗାଇଦେଇଛି। ଏବେ ଜନସାଧାରଣଙ୍କ ପ୍ରତିକ୍ରିୟାର ବିସ୍ଫୋରଣ ଅବଶ୍ୟମ୍ଭାବୀ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଠ ମୁଖ୍ୟ ଡ. ତପନ ଚାନ୍ଦ କହିଛନ୍ତି।
ଡ.ଚାନ୍ଦ କହିଛନ୍ତି ଯେ, ସିଏଜି ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତା ଓ ଆର୍ଥିକ ଅବ୍ୟବହାର ପରିସରକୁ ଦେଖିଲେ ଏମ୍‌ଏମ୍‌ଡିଆର୍ ଆକ୍ଟ ୨୦୨୬ କୁ ନେଇ କରାଯାଇଥିବା ବିଜେଡିର ବିଭିନ୍ନ ଅଭିଯୋଗ ଓ ବାସ୍ତବ୍ୟ ତଥ୍ୟ ମଧ୍ୟରେ ପ୍ରାର୍ଥକ୍ୟ ଜଣାପଡ଼ିବ। ଏମ୍‌ଏମ୍‌ଡିଆର୍ ୨୦୧୫ ଆକ୍ଟକୁ ନେଇ ମଧ୍ୟ ପୂର୍ବରୁ ବିଜେଡି ଓ କଂଗ୍ରେସ ପାର୍ଲ୍ୟାମେଂଟରେ ବିରୋଧରେ କରିଥିଲେ। ଏହା ରାଜ୍ୟ ପାଇଁ କ୍ଷତିକାରକ ହେବ ବୋଲି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପରବର୍ତୀ ସମୟରେ ରାଜ୍ୟର ଖଣି ରାଜସ୍ୱରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ୨୦୨୬ ଏମ୍‌ଏମ୍‌ଡିଆର୍ ଆଇନ୍ ସଂଶୋଧନ ଯୋଗୁ ଖଣି ରାଜସ୍ୱରେ ପ୍ରତିବର୍ଷ ୧୨ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ବିଜେଡି ଯେଉଁ ଅପପ୍ରଚାର ଓ ବିଭ୍ରାନ୍ତି କର ମନ୍ତବ୍ୟ ଦେଉଛି ତାହା ହାସ୍ୟାସ୍ପଦ ଓ ଅମୂଳକ। ପ୍ରକୃତରେ ୨୦୧୫ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ କମ୍ ଥିବା ବେଳେ ୨୦୨୫-୨୬ରେ ଏହା ୫୧ ହଜାର କୋଟିରେ ପହଂଚିଛି।
୨୦୦୫ ମସିହାରେ ଓରିସେଡ୍ ଆଇନ୍‌କୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ରଦ୍ଦ କରିଥିଲେ। ଏହାସତ୍ୱେ ତତ୍କାଳୀନ ବିଜେଡି ସରକାର ନିଲାମ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି କରି ନ ଥିଲେ କାହିଁକି? ସେତେବେଳେ ନିଲାମ ବ୍ୟବସ୍ଥା ଆସିଥିଲେ ରାଜ୍ୟର ଖଣି ରାଜସ୍ୱ ପ୍ରତିବର୍ଷ ଅତିକମ୍‌ରେ ୧୭,୦୦୦ କୋଟି ଟଙ୍କା ବଢ଼ିପାରିଥାନ୍ତା। ୨୦୦୫ରୁ ୨୦୧୫ ମଧ୍ୟରେ ନିଲାମ ବ୍ୟବସ୍ଥା ପ୍ରଚଳନ ନ ହେବା ଯୋଗୁ ରାଜ୍ୟ ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କା ହରାଇଥିବା ଆକଳନ କରାଯାଉଛି। ଅପରପକ୍ଷରେ ସୁପ୍ରିମକୋର୍ଟରେ ଦୀର୍ଘ ୧୮ ବର୍ଷ ଧରି ଓରିେସେଡ୍ ଆଇନ୍ ମାମଲାରେ ବିଜେଡି ସରକାର କୌଣସି ତତ୍ପରତା ନ ଦେଖାଇବା ଓଡ଼ିଶାର ସ୍ୱାର୍ଥର ପରିପନ୍ଥୀ ବୋଲି ଡ. ଚାନ୍ଦ ପ୍ରକାଶ କରିଥଲେ।
ଖଣିଜ ସମୃଦ୍ଧ ଓଡ଼ିଶାରେ ଡିଏମ୍‌ଏଫ୍‌(ଡିଷ୍ଟିକ୍ ମିନେରାଲ ଫାଉଣ୍ଡେଶନ ଫଣ୍ଡ)ବିକାଶର ଏକ ମୁଖ୍ୟ ଆଧାର। କିନ୍ତୁ ସିଏଜି ଅଡିଟ୍‌ରେ ଡିଏମ୍‌ଏଫ୍‌ର ପରିଚାଳନା ଓ ଅର୍ଥ ବ୍ୟବହାର ସମ୍ପର୍କରେ ଅନେକ ଅନିୟମିତତା ଚିହ୍ନଟ ହୋଇଛି। ଡିଏମ୍‌ଏଫ୍ ଆଇନ୍ ଅନୁଯାୟୀ ପ୍ରତ୍ୟକ୍ଷ ଭାବରେ ଖଣିର ୧୫ କିଲୋମିଟର ବ୍ୟାସାର୍ଦ୍ଧ ଓ ପରୋକ୍ଷଭାବରେ ଖଣିର ୨୫ କିଲୋମିଟର ବ୍ୟାସାର୍ଦ୍ଧର ପରିସୀମା ମଧ୍ୟରେ ଡିଏମ୍‌ଏଫ୍ ପାଣ୍ଠି ଖର୍ଚ୍ଚ ହେବା କଥା। କିନ୍ତୁ ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ଖଣି ଦ୍ୱାରା ଆଦୌ ପ୍ରଭାବିତ ହୋଇ ନ ଥିବା ଗ୍ରାମରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳ, ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ୫୮୪ଟି ପ୍ରଭାବିତ ଗ୍ରାମରେ ଡିଏମ୍‌ଏଫ୍ ପାଣ୍ଠିରୁ କୌଣସି ପ୍ରକଳ୍ପ କିମ୍ବା ପାଣ୍ଠି ଦିଆଯାଇନାହିଁ। ଏହାଦ୍ୱାରା ସ୍ଥାନୀୟ ଜନଜାତି, ଅନୁସୂଚିତ ଜାତି ଓ ଖଣି ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ବଂଚିତ କରାଯାଇଛି।
୨୦୧୫-୨୪ ମଧ୍ୟରେ କେନ୍ଦୁଝର ଡିଏମ୍‌ଏଫ୍ ଦ୍ୱାରା ୯,୭୩୩.୩୭ କୋଟି ଟଙ୍କାର ୩,୨୬୯ଟି ପ୍ରକଳ୍ପ ଅନୁମୋଦିତ ହୋଇଥିଲା। ସେଥିରୁ ୭୫୭ଟି ପ୍ରକଳ୍ପ ଅର୍ଥାତ୍ ୨୩% ଏକ୍‌ଜିକ୍ୟୁଟିଭ୍ କମିଟି / ବୋର୍ଡ ଅଫ୍ ଟ୍ରଷ୍ଟିର ଅନୁମୋଦନ ବିନା କାର୍ଯ୍ୟକାରୀ କରାଯାଇଛି। ଉଚିତ୍ ନିବେଶ ନିଷ୍ପତି ନେବାରେ ବ୍ୟର୍ଥତା ଯୋଗୁ ସୁଧ ବାବଦରେ କେନ୍ଦୁଝର ଡିଏମ୍‌ଏଫ୍‌ର ୮୪.୫୧ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ଢେଙ୍କାନାଳରେ ୨.୪୪ କୋଟି, ମୟୂରଭଞ୍ଜରେ ୬.୮୫ କୋଟି ଏବଂ ନବରଙ୍ଗପୁରରେ ୦.୨୦ କୋଟି ଟଙ୍କା କ୍ଷତି ହୋଇଛି।
ଖାଲି ସେତିକ ନୁହେଁ, ବିଜେଡି ସରକାର ସମୟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତା ଓ କାର୍ଯ୍ୟ କ୍ରିୟାନ୍ୱୟନରେ ଅପରାଗତା ଧରାପଡ଼ିଛି। ସିଏଜି ଅଡିଟ୍ ରିପୋର୍ଟରେ ପର୍ଯ୍ୟଟନ କ୍ଷେତ୍ରରେ, ୧୦୩.୩୫ କୋଟି ଟଙ୍କା ଅବ୍ୟବହୃତ ହୋଇ ଫେରିଯାଇଛି। ୮୯୮.୪୮ କୋଟି ଟଙ୍କା ଏଜେନ୍ସିର ବ୍ୟାଙ୍କ ଆକାଉଂଟରେ ପଡ଼ିରହିଛି। ଏହା ଉପରେ ଅର୍ଜିତ ୫୯.୨୫ କୋଟି ଟଙ୍କା ସୁଧ ବ୍ୟବହାର କିମ୍ବା ଫେରସ୍ତ ନ ହେବା ଭଳି ତଥ୍ୟ ସାମ୍‌ନାକୁ ଆସିଛି। ଇକୋ ରିଟ୍ରିଟ୍‌ରେ ୨୦୭.୬୮ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ପୁରୀ ପ୍ରସାଦ ପ୍ରକଳ୍ପରେ ୬.୪୯ କୋଟି ଟଙ୍କା ଅପବ୍ୟୟ ହେବା ସଙ୍ଗେ ଏହା ଅଧାରୁ ବନ୍ଦ କରିଦିଆଯାଇଥିଲା। ବିନ୍ଦୁ ସାଗର ପ୍ଲୋଟିଂ ମ୍ୟୁଜିକାଲ ଫାଉଟେନ୍ ପାଇଁ ୮.୧୬ କୋଟି ଟଙ୍କା ଅଯଥା ଅପବ୍ୟୟ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହି ଏହି ପ୍ରକଳ୍ପ ବିଫଳ ହୋଇଛି। ବୋଟ୍ ରୟାଲଟି କ୍ଷେତ୍ରରେ ଘରୋଇ ସଂସ୍ଥାରୁ ୧.୪୨ କୋଟି ଟଙ୍କା ଆଦାୟ ହୋଇନାହିଁ। ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ସିଏଜି ରିପୋର୍ଟରେ ଉଠିଥିବା ପ୍ରଶ୍ନଗୁଡ଼ିକ ଏବେ ସାର୍ବଜନୀନ ଚର୍ଚ୍ଚାର ବିଷୟ ହୋଇଛି ବୋଲି ଡ.ଚାନ୍ଦ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ଓ ରାଜ୍ୟ ପ୍ରବକ୍ତା ଶ୍ରୀ ସଞ୍ଜୟ ରଥ ଉପସ୍ଥିତ ଥିଲେ।

  • Related Posts

    ମହାକାଳପଡ଼ା ଥାନାରେ NHRC ଟିମ୍

    କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…

    Continue reading
    ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

    ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ