ଚୀନ, 01/09: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା। ସମ୍ପର୍କକୁ କିପରି ଆଗକୁ ବଢ଼ାଇ ହେବ ସେ ନେଇ ଦୁଇ ନେତା ନିଜ ନିଜର ମନ୍ତବ୍ୟ ରଖିଥିଲେ। ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ ବୋଲି ମୋଦୀ କହିଥିଲେ। ଜିନପିଙ୍ଗ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗ ପାଇଁ ନିଜର ସହମତି ପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଭାରତ ଏବଂ ଚୀନ ଏକା ସାଙ୍ଗରେ ଚାଲିବା ଉଚିତ ଏବଂ ଦୁଇ ଦେଶର ସମ୍ପର୍କ ମଜଭୁତ ହେବା ଜରୁରୀ ବୋଲି ଜିନପିଙ୍ଗ ମତପୋଷଣ କରିଥିଲେ। ଜିନପିଙ୍ଗ କହିଥିଲେ, ଦୁନିଆ ପରିବର୍ତ୍ତନ ଦିଗରେ ଆଗକୁ ବଢ଼ୁଛି। ଦୁଇ ଦେଶ ପରସ୍ପରର ଭଲ ପଡ଼ୋଶୀ ହେବା ଆବଶ୍ୟକ। ଆମେ ଆପୋସ ସହଯୋଗ ପାଇଁ ରାଜି। ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ।
ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…




