ତଦନ୍ତକୁ ବାଟବଣା କରିବା ଉଦେ୍ଦଶ୍ୟରେ ଆଇଜିଙ୍କୁ ଛୁଟିରେ ପଠାଇଲେ ସରକାର: ବିଜେଡି

ଭୁବନେଶ୍ୱର,: ସୌମ୍ୟାଶ୍ରୀ ମୃତୁ୍ୟ ଘଟଣାରେ ତଦନ୍ତ ଦାୟିତ୍ୱରେ ଥିବା ଆଇଜି ଏସ୍. ସାଇନି ହଠାତ୍ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଅନ୍ୟ ଏକ ଅଧିକାରୀଙ୍କୁ ସ୍ଥାନିତ କରିବା ନିଷ୍ପତ୍ତିକୁ ନେଇ ତଦନ୍ତ ବାଟବଣା ହେବାର ସନେ୍ଦହ ସୃଷ୍ଟି ହୋଇଛି । ଏବିଭିପିର ୨ ସଦସ୍ୟଙ୍କୁ ଗିରଫର ୨୪ ଘଣ୍ଟା ମଧ୍ୟରେ ସାଇନି ଦାୟିତ୍ୱରୁ ଅପସରି ଯିବା ସମଗ୍ର ରାଜ୍ୟବାସୀଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ଏବିଭିପି ଓ ଶାସକ ଦଳର ସମ୍ପୃକ୍ତି ସାର୍ବଜନୀନ ହେବା ଭୟରେ ସରକାରଙ୍କ ନିଦେ୍ର୍ଦଶରେ ଏହି କାର୍ୟ୍ୟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ପ୍ରଥମରୁ ବାଲେଶ୍ୱର ପୋଲିସ୍କୁ କ୍ଲିନ୍ଚିଟ୍ ଦେଇଥିବା କ୍ରାଇମବ୍ରାଞ୍ଚ ଡିଜି ପରବର୍ତ୍ତୀ ସମୟରେ ଆଇଜି ଏସ୍. ସାଇନିଙ୍କୁ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ । ସୌମ୍ୟାଶ୍ରୀଙ୍କ ମୃତୁ୍ୟରେ ଏବିଭିପିର ସମ୍ପୃକ୍ତି ବାବଦରେ କ୍ରାଇମବ୍ରାଞ୍ଚ ଖୁଲାସା କରିବା ସହ ଏବିଭିପିର ୨ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏବିଭିପି ଓ ବିଜେପିର କୁତ୍ସିତ ଚେହେରା ପଦାକୁ ଆସିଥିଲା । ଏଥିରେ ଆହୁରି କିଛି ଏବିଭିପି ସଦସ୍ୟ ଓ ବିଜେପିର ନେତାମାନଙ୍କ ସମ୍ପୃକ୍ତି ରହିଛି ବୋଲି ସନେ୍ଦହ ପ୍ରକାଶ ପାଇଥିଲା । ତଦନ୍ତ ଆଗକୁ ବଢ଼ିଲେ ଏବିଭିପି ଓ ବିଜେପିର ନେତାଙ୍କ ସମ୍ପୃକ୍ତି ପଦାକୁ ଆସିବାର ଭୟ ଥିବାରୁ ଏସ୍. ସାଇନିଙ୍କୁ ତଦନ୍ତ ପ୍ରକି୍ରୟାରୁ ଅନ୍ତର କରାଯାଇଛି ବୋଲି ଡ଼ ସାମନ୍ତସିଂହାର ଅଭିଯୋଗ କରିଥିଲେ ।
ବିଧାୟକ ଶ୍ରୀ ଦାସ କହିଥିଲେ, ବିରୋଧୀ ଦଳ ଏବଂ ଗଣମାଧ୍ୟମର ଚାପରେ, ଘଟଣାର ୨୨ ଦିନ ପରେ ୨ ଜଣ ଏବିଭିପି କର୍ମକର୍ତ୍ତାଙ୍କୁ ୩ ତାରିଖ ରାତିରେ ଗିରଫ କରାଯାଇଥିଲା । ଏହାର ୨୪ ଘଣ୍ଟା ମଧ୍ୟରେ ଏସ୍. ସାଇନି ଛୁଟିରେ ଯାଇଥିଲେ । ଏହାପରେ ସ୍ପଷ୍ଟ ହୋଇଛି ଯେ, ଘଟଣାରେ ବିଜେପିର ବଡ଼ ନେତାଙ୍କ ସମ୍ପୃକ୍ତି ଖୁଲାସା ହେବା ଆଶଙ୍କାରେ ସରକାର ଭୟଭୀତ ହୋଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । ତେଣୁ ସୌମ୍ୟାଶ୍ରୀ ମୃତୁ୍ୟ ଭଳି ଗୋଟିଏ ସମ୍ବେଦନଶୀଳ ଘଟଣାରେ ଅଚାନକ ତଦନ୍ତ ଅଧିକାରୀଙ୍କୁ ଛୁଟିରେ ପଠାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କେଉଁ ସ୍ୱାର୍ଥରେ କରାଯାଇଛି, ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ୟ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ଦାସ କହିଥିଲେ ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ