ତାମିଲନାଡୁ ରାଜନୀତି: ଟିଭିକେର ମ୍ୟାଜିକ, ବିଜୟଙ୍କ ସୁପର ଏଣ୍ଟ୍ରି

ନୂଆଦିଲ୍ଲୀ : ତାମିଲନାଡୁ ରାଜନୀତି ନେଇଛି ନୂଆମୋଡ। ଏଠାରେ ଦେଖାଯାଇଛି ଟିଭିକେର ମ୍ୟାଜିକ୍। ବିଜୟଙ୍କ ସୁପର ଏଣ୍ଟ୍ରି। ତାମିଲନାଡୁରେ ୧୦୦ ଅଙ୍କ ପାର୍ କରିଛି ଟିଭିକେ। ତାମିଲନାଡୁରେ ଟିଭିକେର ଜବରଦସ୍ତ ପ୍ରଦର୍ଶନ ଦେଖାଯାଇଛି। ଦୁଇ ପ୍ରମୁଖ ଦଳ ଡିଏମକେ ଓ ଏଆଇଏଡିଏମକେ ପଛରେ ରହିଛନ୍ତି। ଡିଏମକେ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ। ଅନେକ ଆକଳନକୁ ଭୁଲ୍ ପ୍ରମାଣିତ କରି ତାମିଲନାଡୁରେ ଏବେ ଦେଖାଯିବ ବିଜୟଙ୍କ ମ୍ୟାଜିକ୍। ବର୍ତ୍ତମାନର ସଂଖ୍ୟା ଗରିଷ୍ଠତା ଦର୍ଶାଇଛି ଯେ, ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି। ତାମିଲନାଡୁରେ ୨୩୪ ମୋଟ୍ ଆସନ ମଧ୍ୟରୁ ୨୨୯ ଥିବା ବେଳେ ଡିଏମକେ ୪୬, ଏଆଇଡିଏମକେ ୭୬ ଓ ଟିଭିକେ ୧୦୬ ଆସନ ହାତେଇ ସାରିଛି।

ସିନେମାର ପରଦାରେ ସୁପରଷ୍ଟାର ଥିବା ବିଜୟ ଏବେ ରାଜନୀତି ଜଗତରେ ମଧ୍ୟ ବିଜୟ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇଛନ୍ତି। ରାଜନୀତିର ଦୁଇ ବଡ ଦଳକୁ ପଛରେ ପକାଇ ଟିଭିକେ ଏକ ନୂଆ ଇତିହାସ ରଚିବାକୁ ଯାଉଛି। ଫଳାଫଳକୁ ଦୃଷ୍ଟିରେ ରଖି ଚେନ୍ନାଇରେ ବିଜୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ବିଜୟ ଥାଲାପଥୀଙ୍କ ରାଜନୈତିକ ଦଳ, ତାମିଜାଗା ଭେଟ୍ଟ୍ରି କାଝାଗମ (ଟିଭିକେ), ତାମିଲନାଡୁ ନିର୍ବାଚନରେ ଆରମ୍ଭରୁ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ, ତାଙ୍କ ଦଳ ୧୦୪ଟି ଆସନରେ ଆଗୁଆ ଅଛି। ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି। ବିଜୟ ପେରାମ୍ବୁର ଏବଂ ତିରୁଚିରାପାଲି (ପୂର୍ବ) ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଉଭୟ ସ୍ଥାନରେ ଆଗୁଆ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଏମକେ ପାଇଁ କ୍ଷତିକାରକ ଭୂମିକା ଗ୍ରହଣ କରୁଥିବା ପରି ମନେ ହେଉଛି।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ