ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ

ନୂଆଦିଲ୍ଲୀ : ଭାରତ ସରକାର ଦେଶରେ ତୃଣନାଶକ ବିଷ ପାରାକ୍ୱେଟ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହ ତତ୍କାଳ ଏହି ନିଷିଦ୍ଧାଦେଶକୁ ଲାଗୁ କରିବାକୁ କୁହାଯାଇଛି । ଅନେକ ଦିନ ଧରି ବିଷବିଜ୍ଞାନୀ, କୃଷି ବିଶେଷଜ୍ଞ ଓ ଡାକ୍ତରଙ୍କ ସହ ଆଲୋଚନା ପରେ ସେମାନଙ୍କ ପରାମର୍ଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି ।

କୀଟନାଶକ ଆଇନ ୧୯୬୮ର ଧାରା ୨୭ ଅଧୀନରେ ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ରପ୍ତାନି, ପ୍ରସ୍ତୁତ, ବିକ୍ରି, ପରିବହନ, ବଣ୍ଟନ ଓ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବିଶ୍ୱର ୭୦ରୁ ଅଧିକ ଦେଶରେ ଏହି ବିଷ ବ୍ୟବହାର ନିଷିଦ୍ଧ ହୋଇସାରିଛି । ଏପରିକି ଯେଉଁ ଦେଶରେ ଏହାର ବିକାଶ ଓ ପ୍ରସ୍ତୁତି ହେଉଥିଲା ସେଠାରେ ତାହା ବହୁଦିନରୁ ବନ୍ଦ ହୋଇସାରିଛି। କିନ୍ତୁ ଭାରତରେ ଚାଷ ଜମିରେ ଅନାବନା ଘାଷ ମାରିବା ଲାଗି ପାରାକ୍ୱେଟ ଡାଇକ୍ଲୋରାଇଡ୍‌ ସ୍ପ୍ରେ କରାଯାଉଥିଲା। କ୍ୟାନସର, ସ୍ନାୟବିକ ସମସ୍ୟା ଓ ପରିବେଶ ଜନିତ କ୍ଷତିକୁ ଦୃଷ୍ଟିରେ ରଖି ଭାରତ ସରକାର ପାରାକ୍ୱେଟ ଡାଇକ୍ଲୋରାଇଡକୁ ଦେଶରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଛନ୍ତି ।

ପାରାକ୍ୱାଟ୍ କେବଳ ନଅଟି ଫସଲ ଚା, ଆଳୁ, କପା, ରବର, କଫି, ଚାଉଳ, ଗହମ, ମକା ଏବଂ ଅଙ୍ଗୁର ଚାଷରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଦେଶର ଅନେକ ସ୍ଥାନରେ, ଯେପରିକି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ, ଚାଷୀମାନେ ଅମଳ ପୂର୍ବରୁ ମୁଗ ଡାଲି ଗଛକୁ ଶୀଘ୍ର ଶୁଖାଇବା ପାଇଁ ଏହାକୁ ବେଆଇନ ଏବଂ ଅବାଧରେ ବ୍ୟବହାର କରୁଥିଲେ। ଏହି ବିଷ ସିଧାସଳଖ ମାନବ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରୁଥିଲା।
କେନ୍ଦ୍ର ସରକାର କୀଟନାଶକ ଆଇନ ଅନୁଯାୟୀ ଦେଶବ୍ୟାପୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୃଷି-ରସାୟନ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ସମସ୍ତ ପଞ୍ଜୀକରଣ ପ୍ରମାଣପତ୍ର ତୁରନ୍ତ ବାତିଲ ବୋଲି ବିବେଚନା କରାଯିବ। ବୈଧ ପ୍ରମାଣପତ୍ର ଥିବା ଯେକୌଣସି ନିର୍ମାତା କିମ୍ବା ଡିଲରଙ୍କୁ ତିନି ମାସ ମଧ୍ୟରେ ସେମାନଙ୍କର ପଞ୍ଜୀକରଣ କମିଟି ନିକଟରେ ଦାଖଲ କରିବାକୁ ପଡିବ, ନଚେତ୍ ସେମାନେ କଠୋର ଦଣ୍ଡ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶକୁ କଠୋର ଭାବରେ କାର୍ଯ୍ୟକାରୀ କରିବା, ଅଚାନକ ଚଢାଉ କରିବା ଏବଂ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଛନ୍ତି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ