ରୁଷ ତେଲ ଉପରୁ ପ୍ରତିବନ୍ଧକ କୋହଳ କଲା ଆମେରିକା !

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ସଂସଦରେ ଆସିଥିବା ବିଲ୍‌ରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ପ୍ରସ୍ତାବିତ ୫୦୦ ପ୍ରତିଶତ ଟ୍ୟାରିଫକୁ ଏବେ ହ୍ରାସ କରାଯାଇ ସର୍ବାଧିକ ୧୦୦ ପ୍ରତିଶତ କରିବାକୁ ସଂଶୋଧିତ ବିଲ୍‌ରେ ପ୍ରସ୍ତାବ ଦିଆଯାଇଛି । ଏହି ନୂତନ ପରିବର୍ତ୍ତନ ପରେ ଭାରତ ଓ ଚୀନ୍ ଭଳି ପ୍ରମୁଖ ତେଲ ଆମଦାନୀକାରୀ ଦେଶଗୁଡ଼ିକୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି ।

ଆମେରିକାର ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ସାଂସଦମାନଙ୍କ ଦ୍ୱାରା ଆଗତ ହୋଇଥିବା ଏହି ‘ରୁଷିଆ ପ୍ରତିବନ୍ଧକ ବିଲ୍’ ର ନୂଆ ମସୁଦାରେ ଏହି ପରିବର୍ତ୍ତନ କରାଯାଇଛି । ପୂର୍ବରୁ ରୁଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ସମସ୍ତ ଦେଶ ଉପରେ ୫୦୦% ଟ୍ୟାରିଫ୍ ଲଗାଇବାକୁ ଯୋଜନା ହୋଇଥିଲା, ଯାହାକୁ ଏବେ କମାଇ ସର୍ବାଧିକ ୧୦୦% କରାଯାଇଛି । ସଂଶୋଧିତ ବିଲ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତିବନ୍ଧକ କୋହଳ କରିବା ପାଇଁ ସ୍ୱତନ୍ତ୍ର ଅଧିକାର ଦିଆଯିବ । ଯଦି ରାଷ୍ଟ୍ରପତି ମନେକରନ୍ତି ଯେ କୌଣସି ଦେଶକୁ ରିହାତି ଦେବା ଆମେରିକାର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଜରୁରୀ, ତେବେ ସେ ସେହି ଦେଶ ଉପରୁ ପ୍ରତିବନ୍ଧକ କିମ୍ବା ଟ୍ୟାରିଫ୍ ହଟାଇ ପାରିବେ କିମ୍ବା କୋହଳ କରିପାରିବେ ।
ପୂର୍ବରୁ ଏହି ନିୟମ ସମସ୍ତ ଆମଦାନୀକାରୀ ଦେଶଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ, ଏବେ ଏହାକୁ ସୀମିତ କରାଯାଇଛି । ରୁଷଠାରୁ ସବୁଠାରୁ ଅଧିକ ତେଲ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ଶୀର୍ଷ ୫ଟି ଦେଶ ଉପରେ ହିଁ ଏହି ନିୟମ ଲାଗୁ ହେବ । ଆମେରିକା ନଜରରେ ଭାରତ ଏବଂ ଚୀନ୍ ହେଉଛନ୍ତି ରୁଷିଆ ଅଶୋଧିତ ତେଲର ସବୁଠାରୁ ବଡ଼ କ୍ରେତା । ଏହି ବିଲ୍‌କୁ ଦିବଙ୍ଗତ ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ୍ ଏବଂ ଡେମୋକ୍ରାଟ୍ ସିନେଟର ରିଚାର୍ଡ ବ୍ଲୁମେନଥାଲ୍‌ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ସଂଶୋଧିତ ବିଲ୍‌କୁ ଆମେରିକା ସଂସଦରେ ଉଭୟ ଦଳର ବଡ଼ ସମର୍ଥନ ମିଳୁଛି ଏବଂ ବର୍ତ୍ତମାନ ସୁଦ୍ଧା ୨୬ ଜଣ ସାଂସଦ ଏହାର କୋ-ସ୍ପୋନସର ଅଛନ୍ତି । ବର୍ତ୍ତମାନ ଏହି ପ୍ରସ୍ତାବ କେବଳ ଆମେରିକା କଂଗ୍ରେସରେ ଆଲୋଚନା ପର୍ଯ୍ୟାୟରେ ରହିଛି । ସଂସଦର ଉଭୟ ସଦନରେ ଏହା ଗୃହୀତ ହେବା ଏବଂ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ହିଁ ଏହା ଆଇନରେ ପରିଣତ ହେବ । ତେଣୁ ଏହି ବିଲ୍‌ର ଆଗାମୀ ଗତିବିଧି ଉପରେ ଭାରତ ସମେତ ସାରା ବିଶ୍ୱର ନଜର ରହିଛି ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ